ସବୁଠୁ ଓଜନିଆ ରକେଟ୍ ସିଇ-୨୦ ଇଞ୍ଜିନର ଉଡାଣପରୀକ୍ଷଣ କଲା ଇସ୍ରୋ

ନୂଆଦିଲ୍ଲୀ: ତାମିଲନାଡୁର ମହେନ୍ଦ୍ରଗିରିରେ ଇସ୍ରୋର ପ୍ରୋପଲଶନ କମପ୍ଲେକ୍ସର ହାଇ ଅଲ୍ଟିଟ୍ୟୁଡ୍ ଟେଷ୍ଟ କେନ୍ଦ୍ରରେ ସିଇ-୨୦ ଇଞ୍ଜିନର ଉଡାଣ ସମ୍ପର୍କିତ ପରୀକ୍ଷଣ କରାଯାଇଛି । ଏହା ଇସ୍ରୋର ସବୁଠୁ ଓଜନିଆ ରକେଟର ଇଞ୍ଜିନ ଅଟେ ।

ଇସ୍ରୋ ଅନୁସାରେ, ଏହି ଇଞ୍ଜିନକୁ ଏଲଭିଏମ ୩ ମିଶନ ପାଇଁ ନିର୍ଦ୍ଧାରିତ କରାଯାଇଛି । ଏହା ଜରିଆରେ ୱାନୱେଭ ଇଣ୍ଡିଆ-୧ର ଆଗାମୀ ୩୬ ଉପଗ୍ରହକୁ ଉତକ୍ଷେପଣ କରାଯିବ । ସୂଚନା ଅନୁସାରେ ଲଣ୍ଡନ ସ୍ଥିତ ଉପଗ୍ରହ ସଂଚାର କମ୍ପାନି ୱାନୱେବର ଏହି ଉପଗ୍ରହକୁ ଇସ୍ରୋର ବ୍ୟବସାୟୀକ ଶାଖା ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଆସନ୍ତା ବର୍ଷ ଆରମ୍ଭରେ ମହାକାଶକୁ ପଠାଇବ ।

ଏନଏସଆଇଏଲ ଅକ୍ଟୋବର ୨୩ରେ ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ରରୁ ୱାନୱେବରୁ ପ୍ରଥମ ଉପଗ୍ରହ ପଠାଇଥିଲା । ଏହାର କିଛି ଦିନ ପରେ ଶୁକ୍ରବାର ସିଇ-୨୦ ଇଞ୍ଜିନର ଉଡାଣ ସମ୍ପର୍କିତ ପରୀକ୍ଷଣ କରିଛି । ଏଲଭିଏମ ୩ ଇସ୍ରୋର ସବୁଠୁ ଓଜନିଆ ରେକର୍ଡ ଏବଂ ଏହା ଚାରି ଟନ ଶ୍ରେଣୀର ଉପଗ୍ରହକୁ ଭୂସମକାଳିକ କକ୍ଷରେ ପଠାଇବାକୁ ସକ୍ଷମ ଅଟେ।

Related Articles

Back to top button