‏‏ସ୍ମାର୍ଟ କୃତ୍ରିମ ଗୋଡ ପ୍ରସ୍ତୁତ କଲା ଇସ୍ରୋ: ଖୁବ୍‌ ଶୀଘ୍ର ଏହି ସୁବିଧା ଲୋକଙ୍କ ପାଖରେ ପହଞ୍ଚିବ

ବେଙ୍ଗାଲୁରୁ: ଉଦ୍ଭାବନ କ୍ଷେତ୍ରରେ ଆଉ ଏକ ଫର୍ଦ୍ଦ ଯୋଡିଲା ଭାରତୀୟ ସ୍ପେସ୍ ରିସର୍ଚ୍ଚ ସେଣ୍ଟର ଇସ୍ରୋ (Indian Space Research Organisation, ISRO) । ଚାଲିବାରେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ସ୍ମାର୍ଟ କୃତ୍ରିମ ଗୋଡ(Intelligent Artificial Limb) ପ୍ରସ୍ତୁତ କରି ଚର୍ଚ୍ଚାରେ ଇସ୍ରୋ । ଏହି ଜ୍ଞାନକୌଶଳ ବଳରେ ଗୋଡ ନଥିଲେ ମଧ୍ୟ ଜଣେ ବ୍ୟକ୍ତି ଆରାମରେ ଚାଲିପାରିବେ । ଖୁବ୍‌ ଶୀଘ୍ର ଏହି ସୁବିଧା ଲୋକଙ୍କ ପାଖରେ ପହଞ୍ଚିବ । ଏଥିସହ ଏହାର ବଜାର ମୂଲ୍ୟ ବର୍ତ୍ତମାନ ଉପଲବ୍ଧ ହେଉଥିବା କୃତ୍ରିମ ଗୋଡ ତୁଳନାରେ 10 ଗୁଣା କମ୍ ରହିବ ବୋଲି ଇସ୍ରୋ କହିଛି ।

ନୂଆ କରି ବିକଶିତ ହୋଇଥିବା ସ୍ମାର୍ଟ ଆର୍ଟିଫିସିଆଲ ଲିମ୍ବ୍‌ସକୁ ମାଇକ୍ରୋପ୍ରୋସେସର କଣ୍ଟ୍ରୋଲ୍‌ଡ ନୀ (microprocessor controlled knees, MPKs) କୁହାଯାଉଛି । ମାଇକ୍ରୋ ପ୍ରୋସେସର ବ୍ୟବହାର ହେଉନଥିବା ଅଙ୍ଗ ତୁଳନାରେ ଏହା ଅଧିକ ସୁବିଧା ଦାୟକ ହେବ ବୋଲି ଇସ୍ରୋ କହିଛି । ଇସ୍ରୋ ଅନୁଯାୟୀ, “ଏହି କୃତ୍ରିମ ଗୋଡ 1.6 କିଲୋଗ୍ରାମ ରହିବ । ଏହା ମଧ୍ୟମରେ ଜଣେ ବ୍ୟକ୍ତି 100 ମିଟର ଚାଲିବାରେ ସକ୍ଷମ ହୋଇଛି ।”

ଏହି ସ୍ମାର୍ଟ MPKs ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ଲୋକୋମୋଟର୍ ଡିଜାବିଲିଟିଜ୍ ( National Institute for Locomotor Disabilities, NILD), ପି.ଟି. ଶାରୀରିକ ଅକ୍ଷମତା (PDUNIPPD (D)) ଏବଂ କୃତ୍ରିମ ଲିମ୍ୱ ଉତ୍ପାଦନ ନିଗମ (ALIMCO) ବୁଝାମଣାରେ(MoU) ଇସ୍ରୋ ବିକ୍ରମ ସରଭାଇ ସ୍ପେସ ସେଣ୍ଟର(Vikram Sarabhai Space Centre, VSSC) ବିକଶିତ କରିଛି । ଏକ MPK ମାଇକ୍ରୋପ୍ରୋସେସର୍, ହାଇଡ୍ରୋଲିକ୍ ଡ୍ୟାମ୍ପର୍, ଲୋଡ୍ ଏବଂ ନୀ ଆଙ୍ଗଲ୍ ସେନ୍ସର, କମ୍ପୋଜିଟ୍ ନୀ-କେସ୍, ଲି-ଆୟନ ବ୍ୟାଟେରୀ, ଇଲେକ୍ଟ୍ରିକାଲ ହାରନେସ୍ ଏବଂ ଇଣ୍ଟରଫେସ୍ ଉପାଦାନ ଗୁଡ଼ିକୁ ନେଇ ଗଠିତ ହୋଇଛି ।

ବର୍ତ୍ତମାନ ବଜାରରେ ହେଉଥିବା MPK ମୂଲ୍ୟ 10 ଲକ୍ଷରୁ 60 ଲକ୍ଷ ମଧ୍ୟରେ ରହିଛି । ସେହି ତୁଳନାରେ ନୂଆ କରି ବିକଶିତ ହୋଇଥିବା MPK ର ବାଣିଜ୍ୟିକ ଉତ୍ପାଦନ ଆରମ୍ଭ ହେଲେ ଏହାର ମୂଲ୍ୟ 4 ଲକ୍ଷରୁ 5 ଲକ୍ଷ ମଧ୍ୟରେ ରହିବ ବୋଲି ଇସ୍ରୋ କହିଛି ।

Related Articles

Back to top button