ମହାକାଶକୁ ୩୬ଟି ସାଟେଲାଇଟ ପଠାଇଲା ଇସ୍ରୋ
ଶ୍ରୀହରିକୋଟା: ରାତି ୧୨ଟା ୭ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋହଟାରୁ ୩୬ଟି ସାଟେଲାଇଟ୍ ମହାକାଶକୁ ସଫଳତାର ସହ ପ୍ରେରଣ କରିଛି ଇସ୍ରୋ । ଜିଏସଏଲଭି ମାର୍କ-୩ ରକେଟରେ ଏହି ଯୋଗାଯୋଗ ଉପଗ୍ରହ ପଠାଇଯାଇଛି । ମହକାଶକୁ ଯାଇଛି ଇସ୍ରୋର ସବୁଠୁ ଓଜନିଆ ରକେଟ୍ । ଇସ୍ରୋର ରକେଟ୍ ଏଲଭି ମାର୍କ-୩ ଏକ ଘରୋଇ ଯୋଗାଯୋଗ ସଂସ୍ଥା ଓ୍ବାନ ଓ୍ବେବର ୩୬ଟି ଉପଗ୍ରହ ମହାକାଶକୁ ପରିବହନ କରିଛି ।
#WATCH | ISRO launches LVM3-M2/OneWeb India-1 Mission from Satish Dhawan Space Centre (SDSC) SHAR, Sriharikota
(Source: ISRO) pic.twitter.com/eBcqKrsCXn
— ANI (@ANI) October 22, 2022
୪୩.୫ ମିଟର ଉଚ୍ଚ ରକେଟ୍ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଦ୍ବିତୀୟ ଲଞ୍ଚ ପ୍ୟାଡରୁ ପଠାଯାଇଛି । ୮ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉପଗ୍ରହ ପରିବହନ କରିବାର କ୍ଷମତା ପାଇଁ ଏହି ରକେଟକୁ ସବୁଠାରୁ ଭାରି ବୋଲି କୁହାଯାଉଛି ।