ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା

ପହଲଗାମ୍ ଆକ୍ରମଣର ପ୍ରତିଶୋଧ ଲକ୍ଷ୍ୟରେ ଭାରତ। ଜାମ୍ମୁକାଶ୍ମୀରରେ ଆତଙ୍କବାଦୀ ରଚିଥିବା ବର୍ବର କାଣ୍ଡରେ ୨୬ ଜଣ ନୀରିହ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏହି ଘଟଣା ପରଠାରୁ ଭାରତ ପ୍ରତିଶୋଧ ଲକ୍ଷ୍ୟରେ ଘନ ଘନ ବୈଠକ ଡାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଉଛି। ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ବାସଭବନରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମେତ ଏବଂ ୩ ସେନା ମୁଖ୍ୟ ସାମିଲ ଥିଲେ। ତେବେ ଏହି ବୈଠକରେ ବଡ଼ ନିଷ୍ପତି ନିଆଯାଇଛି। ବୈଠକରେ ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଥିବା ସୂଚନା ମିଳୁଛି । ଆତଙ୍କବାଦୀକୁ ଶେଷ କରିବାକୁ ସେନାକୁ ସବୁଜ ସଙ୍କେତ ମିଳିଛି।ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘୩ ସେନା ମିଳିତ ଭାବେ ନିଷ୍ପତି ନେବେ। ସେନା ଉପରେ ପୂରା ଭରସା ରହିଛି। ଆକ୍ରମଣର ଶୈଳୀ, ସ୍ଥାନ ଓ ସମୟ ସେନା ସ୍ଥିର କରିବେ। ଏନେଇ ୩ ସେନାକୁ ପୂର୍ଣ୍ଣ କ୍ଷମତା ପ୍ରଦାନ ଦିଆଯାଇଥିବା ନେଇ ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ର ସରକାର।

ଏହି ଆକ୍ରମଣ ଘଟଣାକୁ ଆଜିକୁ ୮ ଦିନ ବିତିଛି, ହେଲେ ଆତଙ୍କୀ ଦେଇଥିବା ଏ କ୍ଷତ ପ୍ରତି ଭାରତୀୟଙ୍କ ମନରେ ଏବେ ବି ତାଜା ରହିଛି। ଆକ୍ରମଣକାରୀ ଆତଙ୍କବାଦୀଙ୍କ ମଧ୍ୟରେ ପାକିସ୍ତାନର ପୂର୍ବ ପାରା କମାଣ୍ଡୋ ହାସିମ ମୁସାର ହାତ ଥିବା ପ୍ରମାଣ ପାଇଛି ତଦନ୍ତକାରୀ ସଂସ୍ଥା । ଯାହା ପାକିସ୍ତାନ ପାଇଁ ଏବେ ବିପଦକୁ ଡାକି ଆଣିଛି । ଏବେ ପହଲଗାମ ଆକ୍ରମଣ ପାଇଁ ପାକିସ୍ତାନକୁ ବହୁମୂଲ୍ୟ ଦେବାକୁ ପଡିପାରେ । ଭାରତୀୟ ସେନାର ପ୍ରସ୍ତୁତି କିଛି ଏଭଳି ଦିଗ ଆଡ଼କୁ ସଂକେତ ଦେଉଛି । ଦିଲ୍ଲୀରେ ଭାରତୀୟ ସେନାର ଶୀର୍ଷ ଅଧିକାରୀଙ୍କ ଘନ ଘନ ବୈଠକ ଦେଖି ପାକିସ୍ତାନ ପାଗଳ ଭଳି ପ୍ରଳାପ କରୁଛି । ଅନ୍ୟପଟେ ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ଭାରତର ଶୀର୍ଷ ନେତୃତ୍ବ ଆସନ୍ତାକାଲି ନେଇପାରନ୍ତି ବଡ ନିଷ୍ପତ୍ତି ।

Related Articles

Back to top button