
ବାଦଲଫଟା ବର୍ଷା ଯୋଗୁଁ ଜାମ୍ମୁ-କାଶ୍ମୀରର ଚୋସଟି ଗ୍ରାମରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି
ଜାମ୍ମୁ-କାଶ୍ମୀରର କିସ୍ତଓ୍ବାର ଜିଲା ଅନ୍ତର୍ଗତ ଚୋସଟି ଗ୍ରାମରେ ଗୁରୁବାର ହୋଇଥିବା ବାଦଲଫଟା ବର୍ଷାରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀ ଦଳ ୧୩ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ବାଦଲଫଟା ବର୍ଷା ପରେ ମାଚେଲ ମାତା ପୀଠକୁ ଆରମ୍ଭ ହୋଇଥିବା ବାର୍ଷିକ ଯାତ୍ରା ସ୍ଥଗିତ ରଖାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା ବାଦଲଫଟା ବର୍ଷା ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏହା ସହିତ ପ୍ରଶାସନ, ପୁଲିସ, ସେନା, ଏନଡିଆରଏଫ ଏବଂ ଏସଡିଆରଏଫକୁ ଉଦ୍ଧାର କାର୍ଯ୍ୟ ତ୍ଵରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି।