ଜମ୍ମୁ-କଶ୍ମୀରରେ ଡୋଡାରେ ଗଭୀର ଖାତକୁ ଖସିଲା ଟେମ୍ପୋ : ୫ ମୃତ

ଜମ୍ମୁ-କଶ୍ମୀରରେ ଡୋଡାରେ ଗଭୀର ଖାତକୁ ଖସିଲା ଟେମ୍ପୋ ଟ୍ରାଭେଲର । ଫଳରେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ଖବର ମୁତାବକ, ଗାଡ଼ିଟି ଏକ ପାହାଡିଆ ଅଞ୍ଚଳ ଦେଇ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା । ଫଳରେ ଗାଡ଼ିଟି ରାସ୍ତାରୁ ଓଲଟି ଯାଇ ପାହାଡ଼ ତଳକୁ ଖସି ପଡ଼ିଥିଲା । ତେବେ ୫ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଗାଡ଼ିରେ କେତେ ଜଣ ଯାତ୍ରୀ ଥିଲେ ତାହାର ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣା ପରେ ସ୍ଥାନୀୟ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ପୋଷ୍ଟ କରି ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହିତ ଡୋଡାର ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହିତ ଆହତଙ୍କୁ ଶୀଘ୍ର ସୁସ୍ଥ ପାଇଁ କାମନା କରିଛନ୍ତି ।ଜମ୍ମୁ ଓ କାଶ୍ମୀରର ରାମବନ ଜିଲ୍ଲାରେ ଏକ ଘରୋଇ ଯାତ୍ରୀବାହୀ ଗାଡ଼ି ରାସ୍ତାରୁ ଖସି ୬୦୦ଫୁଟ ଗଭୀର ଖାତରେ ପଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ ।

Related Articles

Back to top button