ଜମ୍ମୁ-କଶ୍ମୀରକୁ ମିଳିବ ପୂର୍ଣ୍ଣ ରାଜ୍ୟର ମାନ୍ୟତା

ଜମ୍ମୁ-କଶ୍ମୀରର ଉଧମପୁର ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦୁଇଟି ବଡ଼ ଘୋଷଣା କରିଛନ୍ତି । ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଓ ଖୁବଶୀଘ୍ର ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ କରାଯିବ । ଜମ୍ମୁ-କଶ୍ମୀରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ନ୍ୟାସନାଲ କନଫରେନ୍ସ ଓ ପିଡିପି ସମେତ ଅନ୍ୟ ରାଜନୈତିକ ଦଳମାନେ ସେଠାରେ ବିଧାନସଭା ନିର୍ବାଚନ କରାଇବା ନେଇ ଦାବି କରିଆସୁଥିଲେ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି ।

ପ୍ରଧାନମନ୍ତ୍ରୀ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଓ ଖୁବଶୀଘ୍ର ରାଜ୍ୟରେ ବିଧାନସଭା ନିର୍ବାଚନ କରାଯିବ । ୧୯୯୨ ମସିହାରେ ମୁଁ ଉଧମପୁର ଗସ୍ତ କରିଥିଲି । ଲାଲ ଚୌକରେ ତିରଙ୍ଗା ପତାକା ଉଡ଼ାଇବା ସେ ସମୟରେ ଆମର ଲକ୍ଷ୍ୟ ଥିଲା । ୨୦୧୪ରେ ମୁଁ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରରର ଆରାଧନା କରିବା ସମୟରେ ଜମ୍ମୁ-କଶ୍ମୀର ଲୋକଙ୍କର ସମସ୍ୟା ଦୂର କରିବାକୁ ମୁଁ ଗ୍ୟାରେଣ୍ଟି ଦେଇଥିଲି । ମୁଁ ନିଜର ଗ୍ୟାରେଣ୍ଟି ପୂରଣ କରିଛି । ଏହି ନିର୍ବାଚନ କେବଳ ସାଂସଦଙ୍କ ପାଇଁ ନୁହେଁ, ଏହି ନିର୍ବାଚନ କେନ୍ଦ୍ରରେ ଏକ ମଜବୁତ ସରକାର ଗଠନ କରିବା ପାଇଁ ଉଦ୍ଦିଷ୍ଟ ଅଟେ । ସୀମାପାର ଆତଙ୍କବାଦ, ପଥରମାଡ଼ ଆକ୍ରମଣ ପରି ନିର୍ବାଚନ ପ୍ରସଙ୍ଗ ନଥିବା ଏହା ପ୍ରଥମ ନିର୍ବାଚନ ।

ଆପଣମାନେ ମୋ ଉପରେ ଭରସା ରଖନ୍ତୁ ବୋଲି ଏହି ମାଟିରେ ୧୦ ବର୍ଷ ପୂର୍ବରୁ ମୁଁ କହିଥିଲି । ଦଶନ୍ଧିର ପୁରୁଣା ପ୍ରସଙ୍ଗକୁ ମୁଁ ସମାଧାନ କରିବି । ମୁଁ ମହିଳାଙ୍କ ମାନ-ସମ୍ମାନ ରକ୍ଷାର ଗ୍ୟାରେଣ୍ଟି ଦେଉଛି । ଲୋକଙ୍କୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାଶନ ମିଳିବ । ଜମ୍ମୁ-କଶ୍ମୀର ଲୋକଙ୍କୁ ଆୟୁଷ୍ମାନ ଚିକିତ୍ସା ବୀମା କଭର ମିଳୁଛି । ଦୂର ଦୂରାନ୍ତ ଅଞ୍ଚଳରେ ସଡ଼କ ପଥ ନିର୍ମାଣ ହେବା ସହ ମୋବାଇଲ ସଂଯୋଗ ହୋଇଛି । ମୋଦୀ ଗ୍ୟାରେଣ୍ଟିର ଅର୍ଥ ହେଉଛି ପୂରା କରିବାର ଗ୍ୟାରେଣ୍ଟି ।

Related Articles

Back to top button