ଆତଙ୍କୀଙ୍କ ଅନୁ‌ପ୍ରବେଶ ଉଦ୍ୟମକୁ ବିଫଳ କରିଲେ ଯବାନ

ଜମ୍ମୁ କଶ୍ମୀର ପୁଂଛ ଜିଲ୍ଲାରେ ମଙ୍ଗଳବାର ଭୋର ସକାଳୁ ନିୟନ୍ତ୍ରଣ ରେଖାରେ ‌ସେନାର ଯବାନମାନେ ଆତଙ୍କବାଦୀଙ୍କୁ କଡ଼ା ଯବାବ ଦେଇଛନ୍ତି। ବଟ୍ଟଲ ସେକ୍ଟରରେ ଅନୁ‌ପ୍ରବେଶକାରୀଙ୍କୁ ଉଦ୍ୟମକୁ ବିଫଳ କରିଛନ୍ତି। ତେବେ ଏହି ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଅନ୍ୟ ଯବାନମାନେ ଉଦ୍ଧାର କରିଛନ୍ତି।  ହ୍ବାଇଟ୍‌ ନାଇଟ୍‌ କୋର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ସତର୍କ ସୈନିକ ଭୋର ୩ଟାରେ ବଟ୍ଟଲ ସେକ୍ଟରରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଅନୁପ୍ରବେଶକାରୀଙ୍କ ଉଦ୍ୟମ ବିଫଳ କରିଛନ୍ତି। ଗୁଳିବିନିମୟ ସମୟରେ ଜଣେ ଯବାନ ଆହତ ହୋଇଛି। ଏହା ପରେ ବଟ୍ଟଲ ସେକ୍ଟରରେ ସର୍ଚ୍ଚଅପରେଶନକୁ ଅଧିକ ସକ୍ରିୟ କରିଦିଆଯାଇଛି।

ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ସଶସ୍ତ୍ର ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ କୃଷ୍ଣାଘଶଟୀ ବେଲ୍ଟର ବଟ୍ଟଲ ଅଗ୍ରୀମ କ୍ଷେତ୍ରରେ ପ୍ରବେଶ କରୁଥିଲେ। କିନ୍ତୁ ସତର୍କ ସୈନିକଙ୍କ ନଜରରେ ପଡ଼ିଯାଇଥିଲେ। ଏହା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆତଙ୍କବାଦୀମାନଙ୍କୁ ମଧ୍ୟ ପ୍ରବଳ କ୍ଷତି ପହଞ୍ଚିଛି। ଗୁଳିବିନିମୟ ବେଳେ ଆତଙ୍କବାଦୀମାନେ ପଛକୁ ଫେରି ଯାଇଥିଲେ। କିନ୍ତୁ ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Related Articles

Back to top button