
ଜନତା ଦଳ-ସେକ୍ୟୁଲାର ନେତା ସୁରଜ ରେଭନ୍ନାଙ୍କୁ ଗିରଫ
ଜନତା ଦଳ-ସେକ୍ୟୁଲାର(ଜେଡିଏସ୍) ନେତା ସୁରଜ ରେଭନ୍ନାଙ୍କୁ ଗିରଫ କରାଯାଇଛି। ସୁରଜ ହେଉଛନ୍ତି ଯୌନ ଶୋଷଣ ମାମଲାରେ ଜେଲରେ ଥିବା ପ୍ରଜ୍ବଲ ରେଭନ୍ନାଙ୍କ ଭାଇ। ପ୍ରଜ୍ବଲ ଅନେକ ମହିଳାଙ୍କ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ଇତି ମଧ୍ୟରେ କର୍ଣ୍ଣାଟକରେ ଦଳର ଜଣେ ପୁରୁଷ କାର୍ଯ୍ୟକର୍ତ୍ତାଙ୍କ ସହ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁରଜଙ୍କୁ ଗିରଫ କରାଯାଇଛି।