ଜେଇଇ ମେନ୍ ରେଜଲ୍ଟ ବାହାରିଲା

ନୂଆଦିଲ୍ଲୀ:  ପ୍ରକାଶ ପାଇଛି ଜେଇଇ ମେନ୍ ରେଜଲ୍ଟ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜେଇଇ ମେନ୍ ସେସନ୍-୧ ରେଜଲ୍ଟ ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ www.Jeemain.nta.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଏହି ପରୀକ୍ଷା ଜୁନ ୨୩ରୁ ୨୯ ମଧ୍ୟରେ ହୋଇଥିଲା।

ସୂଚନାନୁସାରେ, ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଜୁନ୍ ଏବଂ ଜୁଲାଇରେ ଜେଇଇ ମେନ୍ ପରୀକ୍ଷା କରାଯାଇଛି। ତେବେ ଛାତ୍ରଛାତ୍ରୀମାନେ ଉଭୟ ପରୀକ୍ଷା ଦେଇପାରିବେ। ଫାଇନାଲ୍ ମେରିଟ୍ ଲିଷ୍ଟ ପାଇଁ ସର୍ବାଧିକ ମାର୍କକୁ ବିଚାରକୁ ନିଆଯିବ।

ତେବେ ଚଳିତ ମାସ ୨୧ରୁ ୩୦ ମଧ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ହେବ। ଜେଇଇ ମେନ୍‌ର ରେଜଲ୍ଟ ଆଧାରର ଜେଇଇ ଆଡଭାନ୍ସଡ୍ ପାଇଁ ଚୟନ କରାଯିବ।

Related Articles

Back to top button