୨୪ ଜାନୁଆରୀରୁ ଜେଇଇ ମେନ୍
ନୂଆଦିଲ୍ଲୀ : ଜେଇଇ ମେନ୍ ୨୦୨୩ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ (ଏନଟିଏ) ଜେଇଇ ମେନ୍ସ ୨୦୨୩ର ଆବେଦନ ଫର୍ମ ଜାରି କରିଛି । ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିସନ ପାଇଁ ଆଶାୟୀ ଜେଇଇମେନ୍.ଏନଟିଏ.ଏନଆଇସି.ଇନ୍ କୁ ଯାଇ ଅନଲାଇନ ଆବେଦନ କରିପାରିବେ ।
ଏନଟିଏ ଜେଇଇ ମେନ୍ସ ରେଜିଷ୍ଟ୍ରେସନ ଆରମ୍ଭ କରିବା ସହିତ ପରୀକ୍ଷା ତାରିଖ ବି ଘୋଷଣା କରିଛି । ଯୋଗ୍ୟ ଆଶାୟୀ ୧୨ଜାନୁଆରୀ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନ ଆପ୍ଲିକେସନ ଫର୍ମ ପୂରଣ କରିପାରିବେ ।
ଜେଇଇ ମେନ୍ସ ୨୦୨୩ ପରୀକ୍ଷା ତାରିଖ ଓ ସମୟ
ଜେଇଇ ମେନ୍ସ ପ୍ରଥମ ସେସନ ପରୀକ୍ଷା ୨୪ତାରିଖରୁ ୩୧ ଜାନୁଆରୀ ପର୍ଯ୍ୟନ୍ତ ହେବ । ସେହିପରି ୧ରୁ ୩ଫେବୃଆରୀ ପର୍ଯ୍ୟନ୍ତ ଦ୍ୱିତୀୟ ସେସନ୍ ପରୀକ୍ଷା ହେବ । ରିଜର୍ଭ୍ଡ୍ ପରୀକ୍ଷା ୧୩ରୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଆୟୋଜିତ ହେବ । ସକାଳ ୯ଟାରୁ ୧୨ଟା ଓ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ପରୀକ୍ଷା ହେବ ।
କିପରି ଆବେଦନ କରିବେ?
୧ମ : ପ୍ରଥମେ ଏନଟିଏ ଜେଇଇ ମେନ୍ସ ଓ୍ୱେବସାଇଟ୍ ଲଗଇନ୍ କରିବେ jeemain.nta.nic.in