ଯୋଧପୁରରେ ଗ୍ୟାସ୍ ସିଲିଣ୍ଡର ଫାଟି ୪ ଜଣଙ୍କ ମୃତ୍ୟୁ

ଯୋଧପୁର: ରାଜସ୍ଥାନର ଯୋଧପୁରରେ ବଡ ଅଘଟଣ। ଶନିବାର ସିଲିଣ୍ଡର ବିସ୍ଫୋରଣରେ ଥରି ଉଠିଛି ଯୋଧପୁରର କୀର୍ତ୍ତିନଗର ଅଞ୍ଚଳ। ଗୋଟିଏ ପରେ ଗୋଟିଏ ୬ ଗ୍ୟାସ୍ ସିଲିଣ୍ଡର ଫୁଟିବାରୁ ୨ ପିଲାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଭୟାବହ ରହିଛି ଯେ, ଅନେକ ଗାଡି ଜଳି ଯାଇଛି। ସୂଚନା ମିଳିବା ମାତ୍ରେ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି  ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରୁଛନ୍ତି। ଘଟଣାକୁ ନେଇ ପୂରା ଅଞ୍ଚଳ ସ୍ତବ୍ଧ। ଯୋଧପୁରର ମାତା ଥାନା ଅନ୍ତର୍ଗତ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଏକ କୋଲନୀରେ ଆଜି ଅପରାହ୍ନରେ ଗ୍ୟାସ୍ ବିସ୍ଫୋରଣ ଘଟଣା ଘଟିଥିବା ସୂଚନା ମିଳିଛି।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦୁଃଖ ପ୍ରକାଶ କରିଛନ୍ତି। ଟୁଇଟ୍ କରି ମୃତକଙ୍କ ଶୋକସନ୍ତପ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଘଟଣା ବିଷୟରେ ପଚାରି ବୁଝିବା ସହିତ ଆହତଙ୍କୁ ଉପଯୁକ୍ତି ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Back to top button