୨୦୨୪ ଜୁନ ମାସ ଯାଏଁ ବଢିଲା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ:ଜୁନ ମାସ ଯାଏଁ ରହିବେ ବିଜେପିର ଅଧ୍ୟକ୍ଷ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଜୁନ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ଜାନୁଆରୀ ମାସରେ ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ । ହେଲେ ଏହି ପ୍ରସ୍ତାବକୁ ଆଜି ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନିଷ୍ପତ୍ତି ପରେ ସ୍ପଷ୍ଟ ହୋଇଛି କି, ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜେପି ନଡ୍ଡାଙ୍କ ନେତୃତ୍ୱରେ ଲଢିବାକୁ ଯାଉଛି ।

ଶନିବାର ଦିନ ଦିଲ୍ଲୀରେ ଆରମ୍ଭ ହୋଇଥିବା ବିଜେପିର ୨ ଦିବସୀୟ ରାଷ୍ଟ୍ରୀୟ ପରିଷଦ ବୈଠକରେ ନିଆଯାଇଛି । ଏହି ବୈଠକକୁ ଜେପି ନଡ୍ଡା ଉଦଘାଟନ କରିଥିଲେ । ହେଲେ ସମାପନ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ରହି ନେତା ଓ କର୍ମକର୍ତ୍ତାଙ୍କୁ ୨୦୨୪ ନିର୍ବାଚନରେ ବିଜୟ ପାଇଁ ମନ୍ତ୍ରୀ ଦେଇଛନ୍ତି ।

Related Articles

Back to top button