ଶୀଘ୍ର ନ୍ୟାୟପାଳିକା ବ୍ୟବସ୍ଥା ପେପରଲେସ୍ ହେବାକୁ ଯାଉଛି: ଆଇନ ମନ୍ତ୍ରୀ କିରେନ ରିଜିଜୁ

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟପାଳିକା ବ୍ୟବସ୍ଥା ଶୀଘ୍ର ପେପରଲେସ୍ ହେବ। ମଙ୍ଗଳବାର ଏହା କହିଛନ୍ତି କେନ୍ଦ୍ର ଆଇନ ଏବଂ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ। ପେପରଲେସ୍ ଦିଗକୁ ବଢିବାପାଇଁ ସେ ଆଇନ ଅଧିକାରୀଙ୍କୁ କହିଥିବା ଆଇନ ମନ୍ତ୍ରୀ କହିଛନ୍ତି।

କିରେନ ରିଜିଜୁ କହିଛନ୍ତି, ମଙ୍ଗଳବାର ହୋଇଥିବା ବୈଠକରେ ସେ କୋର୍ଟ କାମ କେମିତି ଅଧିକ ଭଲ ଭାବେ ସଞ୍ଚାଳନ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଛନ୍ତି। ଇ ନ୍ୟାୟାଳୟ ପ୍ରକଳ୍ପର ଉଦ୍ଦେଶ୍ୟ  ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଅଦାଲତର ସକ୍ଷମତାକୁ ଆହୁରି କେମିତି ବଢାଯାଇ ପାରିବ।

ଶୀଘ୍ର ସେ ଏ ବିଷୟରେ ଆଲୋଚନା ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡଙ୍କୁ ଭେଟିବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ସେ ସିଜେଆଇଙ୍କୁ ଇ-କମିଟିର ଅଧ୍ୟକ୍ଷ ଭାବେ ପଦ ଛାଡିବା ପୂର୍ବରୁ ଏହା ଉପରେ ସ୍ପଷ୍ଟ କରିବାକୁ ଅନୁରୋଧ କରୁଛି।

ମାମଲା ପଡି ରହୁଥିବା ଉପରେ କିରେନ ରିଜିଜୁ କହିଛନ୍ତି, ଦେଶରେ ବିଭିନ୍ନ କୋର୍ଟରେ ପଡି ରହିଥିବା କେସ୍ ସଂଖ୍ୟା ପାଖାପାଖି ୫ କୋଟି। ପଡି ରହିଥିବା ମାମଲା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ମାମଲାର ପ୍ରକ୍ରିୟା ଏବେଂ ପ୍ଲାଟଫର୍ମକୁ ସିଙ୍ଗଲ ଓ୍ଵିଣ୍ଡୋ ସିଷ୍ଟମରେ ରଖାଯିବାର ଆବଶ୍ୟକତା ରହିଛି।

ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ କହିଛନ୍ତି, ଦେଶର ଆଇନ ଭିତ୍ତିଭୂମି ଭଲ ଅବସ୍ଥାରେ ନାହିଁ। ସେ ତିସ୍ ହଜାରି କୋର୍ଟର ଉଦାହରଣ ଦେଇ କହିଛନ୍ତି, ଗତବର୍ଷ ଯେତେବେଳେ  ସେ କୋର୍ଟରେ ସମ୍ବୋଧନ ଦେଉଥିଲେ, ସେହି ସମୟରେ ହଜାର ସଂଖ୍ୟକ ଆଇନଜୀବି ଉପସ୍ଥିତି ଥିଲେ। ଲାଗୁଥିଲା ଯେମିତି ଜନସଭା ଚାଲିଛି।

ରିଜିଜୁ କହିଛନ୍ତି, ସିଜେଆଇ ମୋତେ ସୁପ୍ରିମକୋର୍ଟରେ କହିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମକୁ ବାଦ୍ ଦେଲେ ଅନ୍ୟ କୋର୍ଟ ରୁମ ବହୁତ ଛୋଟ। ଜଜମାନଙ୍କ ପାଇଁ ଉପଯୁକ୍ତ ଜାଗାର ଆବଶ୍ୟକତା ରହିଛି। ସେ କହିଛନ୍ତି, କେନ୍ଦ୍ର ସରକାର ହାଇକୋର୍ଟ ପାଇଁ ଅଧିକ କିଛି କରି ପାରିବେ ନାହିଁ। କାରଣ ଏହାର ପରିଭାଷିତ ଭୂମିକା ରହିଛି। ରାଜ୍ୟ ସରକାରଙ୍କୁ ନ୍ୟାୟିକ ଭିତ୍ତିଭୂମିର ସୁଦୃଢ ପାଇଁ ଅର୍ଥ ଯୋଗାଇ ଦେବା ଉଚିତ୍।

Related Articles

Back to top button