
ଜ୍ୟୋତିଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।
ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ କୋର୍ଟରୁ ଲାଗିଛି ଆଉ ଏକ ଝଟକା । ଜ୍ୟୋତିଙ୍କୁ ପୁଣି ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ୫ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ହିସାର ପୁଲିସ ଜ୍ୟୋତିଙ୍କୁ ଜିଲ୍ଲା କୋର୍ଟରେ ହାଜର କରିଥିଲା । କୋର୍ଟରେ ଦେଢ ଘଣ୍ଟା ଧରି ବିତର୍କ ହେବା ପରେ କୋର୍ଟ ପୁଣି ୪ଦିନିଆ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଛନ୍ତି ।ଶୁଣାଣି ସମୟରେ ଜ୍ୟୋତିଙ୍କ ବାପା ହରିଶଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ଦିଆଯାଇନଥିଲା । ଗୁପ୍ତଚର ମାମଲାରେ ପୁଲିସ ଜ୍ୟୋତିଙ୍କୁ ଗତ ୧୬ ତାରିଖରେ ଗିରଫ କରିଥିଲା । ସୁରକ୍ଷା ଏଜେନ୍ସି ତାଙ୍କୁ ପଠାନକୋର୍ଟ ନେଇ ଜେରା କରିଥିଲେ । ଜ୍ୟୋତିଙ୍କ ପଠାନକୋଟ ଗସ୍ତ ଏବଂ ସେଠାରୁ ସେନା ଶିବିର ବିଷୟରେ ସୂଚନା ଦେଇଥିବା ସନ୍ଦେହ କରାଯାଇ ପଚରାଉଚରା କରାଯାଇଥିଲା ।