ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ‘କେସିଆର୍‌’ଙ୍କ ଝିଅ କେ. କବିତା ‘ଇଡି’ରେ ହାଜର ହେବେ ‘କେସିଆର୍‌’ଙ୍କ ଝିଅ କେ. କବିତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ମାର୍ଚ୍ଚ ୧୧ ତାରିଖରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ହାଜର ହେବେ ବୋଲି  ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ‘ଭାରତ ରାଷ୍ଟ୍ର ସମିତି’ର ନେତ୍ରୀ କ‌େ. କବିତା କହିଛନ୍ତି।

ଜାରି କରିଥିବା ବିବୃତିରେ କେ. ‌କବିତା କହିଛନ୍ତି ଯେ, ତାଙ୍କୁ ଏତେ ଶୀଘ୍ର କାହିଁକି ଡକାଗଲା ତାହା ସେ ବୁଝିବାକୁ ଅସମର୍ଥା। ଏହାକୁ ଗୋଟାଏ ରାଜନୈତିକ ଅତ୍ୟାଚାର ଆଖ୍ୟା ଦେଇ କବିତା କହିଛନ୍ତି ଯେ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସମ୍ପ୍ରତି ଚାଲିଥିବା ତଦନ୍ତରେ ତାଙ୍କର କ‌ୌଣସି ସମ୍ପୃକ୍ତି ନାହିଁ। ବିବୃତି ଶେଷରେ ସେ କହିଛନ୍ତି ଯେ, ୨୦୨୩ ମାର୍ଚ୍ଚ ୧୧ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ଯ୍ୟାଳୟ’ରେ ସେ ହାଜର ହେବେ। ତଦନ୍ତରେ ସେ ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି।

Related Articles

Back to top button