ଭାରତର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ସରକାରଙ୍କ ଐତିହାସିକ ନିଷ୍ପତି : ଇଚ୍ଛାମୃତ୍ୟୁକୁ ସ୍ବୀକୃତି

କର୍ଣ୍ଣାଟକ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସରକାର ସମ୍ମାନଜନକ ମୃତ୍ୟୁ ତଥା ଇଚ୍ଛାମୃତ୍ୟୁ ଅଧିକାର ପ୍ରଦାନ କରିଛନ୍ତି। ଏଭଳି ଆବେଦନ ପାଇଁ ରାଜ୍ୟରେ ଥିବା ହସ୍ପିଟାଲଗୁଡିକରେ ମେଡିକାଲ ବୋର୍ଡ ଗଠନ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଦିନେଶ ଗୁଣ୍ଡୁ ରାଓ ଘୋଷଣା କରିଛନ୍ତି। ୨୦୨୩ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି।ଭାରତର ପ୍ରଥମ ରାଜ୍ୟ ଭାବେ କର୍ଣ୍ଣାଟକ ସରକାର ଏହି ପଦକ୍ଷେପ ନେଇଛନ୍ତି। ୨୦୨୩ରେ ସୁପ୍ରିମକୋର୍ଟ ସମ୍ମାନର ସହ ମୃତ୍ୟୁ ଅଧିକାରକୁ ସମ୍ବିଧାନର ଧାରା ୨୧ରେ ସାମିଲ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଦୂରାରୋଗରେ ପୀଡ଼ିତ, ଆରୋଗ୍ୟ ହେବାର ଆଶା ନ ଥିବା, ଦୀର୍ଘଦିନ ହେଲା ଶଯ୍ୟାଶାୟୀ ଥିବା ରୋଗୀ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ। ଏଭଳି ରୋଗୀଙ୍କୁ ମେଡିକାଲ ଯାଞ୍ଚ ଏବଂ ଆଇନଗତ ପ୍ରକ୍ରିୟା ପରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯିବ। ନୈତିକ ଏବଂ ଆଇନଗତ ସୀମା ଭିତରେ ରହି ଏହି ନିଷ୍ପତ୍ତି ନେବାକୁ ଅଧିକ ପ୍ରାଧାନ୍ୟ ଦିଆଯିବ।

Related Articles

Back to top button