SC/ST ସଂରକ୍ଷଣ କୋଟା ବଢ଼ାଇଲେ କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ସଂରକ୍ଷଣ ବଢ଼ାଇବେ ରାଜ୍ୟ ସରକାର। ରାଜ୍ୟରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋମାଇ ସରକାର। ନିଷ୍ପତ୍ତି ଅନୁସାରେ, କର୍ଣ୍ଣାଟକରେ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷଣ ସୁବିଧା ୧୫ ପ୍ରତିଶତରୁ ବଢ଼ାଇ ୧୭ ପ୍ରତିଶତ କରାଯିବ। ସେହିପରି ଅନୁସୂଚିତ ଜନଜାତିଙ୍କ ପାଇଁ ୩ ପ୍ରତିଶତରୁ ୭ ପ୍ରତିଶତ ସଂରକ୍ଷଣ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ଜଷ୍ଟିସ୍ ନାଗମୋହନ ଦାସ ସମିତିଙ୍କ ରିପୋର୍ଟ ଉପରେ ଆଲୋଚନା ପାଇଁ ଉଭୟ ସଦନର ନେତାଙ୍କ ସହ ବୈଠକ କରିବା ପରେ ମୁଖ୍ୟମନ୍ତ୍ରୀ ବୋମାଇ ଏପରି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଅନେକ ଦିନ ହେଲା ଏହି ଦାବି ପଡ଼ିଆସିଛି। ତେଣୁ ଏସିଙ୍କ ପାଇଁ ୧୭ ପ୍ରତିଶତ ଏବଂ ଏସ୍‌ଟିଙ୍କ ପାଇଁ ୭ ପ୍ରତିଶତ ସଂରକ୍ଷଣ ବଢ଼ାଇବାକୁ ସର୍ବସାଧାରଣରେ ନିଷ୍ପତ୍ତି ହୋଇଛି।

ଏହି ନିଷ୍ପତ୍ତି ପୂର୍ବରୁ ସର୍ବଦଳୀୟ ବୈଠକରେ ବରିଷ୍ଠ ନେତାମାନଙ୍କ ସହ ଏନେଇ ଆଲୋଚନା ହୋଇଥିଲା। ଏହା ବାଦ୍ ବିଜେପି ନେତାମାନଙ୍କ ପକ୍ଷରୁ ଏକ ପ୍ରସ୍ତାବ ବି ଅଣାଯାଇଥିଲା।

ସୂଚନା ଥାଉକି ବର୍ତ୍ତମାନ ସମୟରେ କର୍ଣ୍ଣାଟକରେ ଏସ୍‌ସିଙ୍କ ପାଇଁ ୧୫ ପ୍ରତିଶତ ସଂରକ୍ଷଣ ରହିଥିବା ବେଳେ ଏସ୍‌ଟିଙ୍କ ପାଇଁ ୩ ପ୍ରତିଶତ ଓ ଓବିସିଙ୍କ ପାଇଁ ୩୨ ପ୍ରତିଶତ ସଂରକ୍ଷଣ ରହିଛି। ରାଜ୍ୟରେ ମୋଟ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ କର୍ଣ୍ଣାଟକ ସରକାର ସ୍କେଡ୍ୟୁଲ୍ଡ ୯ ଅନୁସାରେ ସଂରକ୍ଷଣ ବଢ଼ାଇବାକୁ ଚେଷ୍ଟା କରୁଛନ୍ତି। ତାମିଲନାଡୁ ରାଜ୍ୟ ସ୍କେଡ୍ୟୁଲ୍ଡ ୯ ଅନୁସାରେ ରାଜ୍ୟରେ ସଂରକ୍ଷଣ ବଢାଇ ୬୯ ପ୍ରତିଶତ ରହିଛି।

Related Articles

Back to top button