ବିବାହ ପରେ ଶାରୀରିକ ସମ୍ପର୍କକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ

ସ୍ବାମୀ ସ୍ତ୍ରୀ ସମ୍ପର୍କରେ ବାନ୍ଧି ହେବା ପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ନା ନୁହେଁ ଏହି ବିତର୍କର ଏକ ପ୍ରକାର ଅନ୍ତ ହୋଇଛି। ଶାରୀରିକ ସମ୍ପର୍କ ନ ରଖିବା ଅପରାଧ, ଆଉ ଏଥି ପାଇଁ ଦଣ୍ଡିତ ହେବେ ନା ନାହିଁ ସେନେଇ ଚାଲିଥିବା ସେନେଇ ଆସିଛି କୋର୍ଟଙ୍କ ବଡ଼ ରାୟ । ଏହି ବିବାଦକୁ ନେଇ କଣ କହୁଛି ହିନ୍ଦୁ ମ୍ୟାରେଜ ଆକ୍ଟ ଓ IPC ତାକୁ ନେଇ ସ୍ପଷ୍ଟ ହୋଇଛି ଚିତ୍ର ।

ପୂରା ମାମଲା ଉପରେ ଶୁଣାଣି କରି ଜଷ୍ଟିସ୍‌ ଏମ୍‌ ନାଗାପ୍ରସନ୍ନା କହିଛନ୍ତି, ବ୍ୟକ୍ତି ଜଣକ ଏକ ନିର୍ଦ୍ଦିଷ୍ଟ ଧର୍ମ ପାଳନ କରୁଛନ୍ତି । କେସ ଫାଇଲ କରିଥିବା ଆବେଦନକାରୀଙ୍କ ଅନୁସାରେ, ବିବାହ ହେଉଛି ଆତ୍ମା ସହ ଆତ୍ମାର ମିଳନ । ଏଥିପାଇଁ ଶାରୀରିକ ସମ୍ପର୍କର ଆବଶ୍ୟକତା ନାହିଁ। ଏପରିକି ନିଜ ସ୍ୱାମୀଙ୍କ ସମେତ ଶାଶୂ, ଶ୍ୱଶୁରଙ୍କ ନାଁରେ ୨୦୨୦ ମସିହାରେ ଅପରାଧିକ ମାମଲା ରୁଜୁ କରିଛନ୍ତି। ଅପର ପକ୍ଷେ ପତ୍ନୀଙ୍କ ଅଭିଯୋଗକୁ ବିରୋଧ କରି ତାଙ୍କ ସ୍ୱାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ବିବାହ ପରେ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ନ ରଖିବା ନିଷ୍ଠୁରତା ବୋଲି ହିନ୍ଦୁ ବିବାହ ଆଇନ କହୁଛି । କିନ୍ତୁ ଭାରତୀୟ ଆଇନ ସଂହିତାର ୪୯୮‘ଏ’ରେ ନିଷ୍ଠୁରତା ସଂଜ୍ଞା ତାହାର ଅର୍ନ୍ତଭୁ୍କ୍ତ ନୁହେଁ । ମହିଳା ଜଣଙ୍କ ଯେଉଁ ଆବେଦନ କରିଥିଲେ ଏବଂ ଚାର୍ଜସିଟରେ ସେଭଳି କିଛି ଉଲ୍ଲେଖ ନାହିଁ ଯେଉଁଥିରେ ନିଷ୍ଠୁରତା ହେବାର ପ୍ରମାଣ ଅଛି । ଯଦିଓ ଦମ୍ପତିଙ୍କର ଛାଡପତ୍ର ହୋଇସାରିଛି । କିନ୍ତୁ ପରିବାର ଅଦାଲତ ସଂପୃକ୍ତ ସ୍ୱାମୀ ନିଷ୍ଠରତା କରିଥିବା କହି ଯେଉଁ ଅପରାଧିକ ମାମଲା ରୁଜୁ ପାଇଁ ରାୟ ଦେଇଛନ୍ତି ତାହା ଗ୍ରହଣୀୟ ନୁହଁ ।

Related Articles

Back to top button