ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି, ଗାଡ଼ି ଉପରକୁ ଫିଙ୍ଗିଲେ ମୋବାଇଲ
ନୂଆଦିଲ୍ଲୀ: କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତୃଟି ଦେଖିବାକୁ ମିଳିଛି । ମୈସୁରରେ ଏକ ରୋଡ୍ ସୋ କରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଉପରକୁ କେହି ଏକ ମୋବାଇଲ ଫିଙ୍ଗିଥିଲେ। ବର୍ତ୍ତମାନ ପୋଲିସ ଏହି ଘଟଣାର ଯାଞ୍ଚ କରୁଛି। ତେବେ ଏହି ମୋବାଇଲ ଫିଙ୍ଗିବା ପରେ ସ୍ପେସାଲ ପ୍ରୋଟେକସନ୍ ଗ୍ରୁପ୍(ଏସ୍ପିଜି) ଯବାନମାନେ ତୁରନ୍ତ ମୋବାଇଲକୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ିରୁ ହଟାଇ ଦେଇଥିଲେ। ପରେ ଯାଞ୍ଚ ସମୟରେ ଜଣାପଡ଼ିଥିଲା କି ବିଜେପି ସମର୍ଥକ ଭୁଲ୍ରେ ଏହି ଫୋନ୍ ଫୋଫାଡ଼ି ଦେଇଥିଲେ । ପୋଲିସ ଏହି ସୂଚନା ଦେଇଛି।
#WATCH | Security breach seen during Prime Minister Narendra Modi’s roadshow, a mobile phone was thrown on PM’s vehicle. More details awaited. pic.twitter.com/rnoPXeQZgB
— ANI (@ANI) April 30, 2023
ସେହିପରି ଅନ୍ୟ ଏକ ସ୍ଥାନରେ ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଆଡ଼କୁ ଦୌଡ଼ିବା ସମୟରେ ଧରା ପଡ଼ିଥିଲ । ଘଟଣା ସ୍ଥଳରେ ପୋଲିସ ସଜାଗ ଥିବାରୁ ବ୍ୟକ୍ତି ଜଣଙ୍କୁ ଅଟକାଇ ଦେଇଥିଲା। ଏହି ଘଟଣା ଡାଭେଙ୍ଗେର ରେ ଘଟିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ ଏହି ବାଟ ଦେଇ ଯାଉଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଏକ ଜନସମାଗମ ହୋଇଥିଲା ଏବଂ ସ୍ଲୋଗାନ ଦିଆଯାଉଥିଲା । ଏହି ସମୟରେ ବ୍ୟକ୍ତି ଜଣକ ଦୌଡ଼ି ଆସି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ । ଏବଂ ଏହି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ କାର ନିକଟରେ ପହଞ୍ଚିଥିଲେ ।