ନୂତନ ଦଳ ଘୋଷଣା କଲେ କେସିଆର

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ବିଜୟାଦଶମୀ ଅବସରରେ ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି। ଯାହାର ନାମ ଭାରତ ରାଷ୍ଟ୍ର ସମିତି ରଖାଯାଇଛି। ଦୀର୍ଘ ଦିନ ଧରି କେନ୍ଦ୍ରରେ ଭାଜପା ସମ୍ମୁଖରେ ଏକ ସୁଦୃଢ଼ ବିରୋଧୀ ଦଳ ଗଠନ କରିବାକୁ କେସିଆର ଯୋଜନା କରିଥିଲେ।

ସୂଚନାଯୋଗ୍ୟ, ରବିବାର ମୁଖ୍ୟମନ୍ତ୍ରୀ କେସିଆର ତାଙ୍କ କ୍ୟାବିନେଟ ସହକର୍ମୀ ତଥା ଦଳର ସମସ୍ତ ୩୩ ଜିଲା ମୁଖ୍ୟଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ସମୟରେ ଜାତୀୟ ଦଳର ଶୁଭାରମ୍ଭ ପାଇଁ ରୋଡମ୍ୟାପ ଉପରେ ଆଲୋଚନା କରାଯାଇଥିଲା।

Related Articles

Back to top button