
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି ଅଫିସ୍ରେ ହଜାର ହେଲେ କେସିଆର୍ଙ୍କ ଝିଅ କେ. କବିତା
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ‘ଭାରତ ରାଷ୍ଟ୍ର ସମିତି’ର ‘ଏମ୍ସିଏଲ୍’ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ଜେରା କରାଯାଉଥିବା ବେଳେ ତାଙ୍କ ଦଳୀୟ କର୍ମୀ ଏବଂ ସମର୍ଥକମାନେ ଦିଲ୍ଲୀରେ ଥିବା ‘କେସିଆର୍’ଙ୍କ ବାସଭବନ ବାହାରେ ସମବେତ ହୋଇଛନ୍ତି।
ସୂଚନାଯୋଗ୍ୟ, ଆଜି ପୂର୍ବାହ୍ନରେ ଜାତୀୟ ରାଜଧାନୀର ତୁଗ୍ଲକ୍ ରୋଡ୍ରେ ଥିବା ବାପାଙ୍କ ସରକାରୀ ବାସଭବନରୁ ବାହାରି କଲୱାକୁନ୍ତଳା କବିତା ଏପିଜେ ଅବ୍ଦୁଲ୍ କଲାମ୍ ରୋଡ୍ସ୍ଥିତ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର ମୁଖ୍ୟାଳୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲେ। ତାଙ୍କର ସମର୍ଥକମାନେ ପ୍ରତିବାଦ ପ୍ରଦର୍ଶନ କରୁଥିବାରୁ ଦିଲ୍ଲୀ ପୁଲିସ ଓ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ନିକଟରେ ବାରିକେଡ୍ ବସାଇଥିଲେ।
ସେପଟେ, ହାଇଦ୍ରାବାଦରେ ବିଭିନ୍ନ ଦଳରୁ ଯାଇ ‘ବିଜେପି’ରେ ଯୋଗ ଦେଇଥିବା ନେତାମାନଙ୍କର ଫଟୋସମ୍ବଳିତ ପୋଷ୍ଟର୍ ସବୁ ଲାଗିଛି ଯେଉଁମାନେ ତଦନ୍ତକାରୀ ଏଜେନ୍ସିର ଚଢ଼ାଉରେ ସମ୍ମୁଖୀନ ହେଉନାହାନ୍ତି।