ବିଧାନସଭା ନିର୍ବାଚନରେ ଏକାକୀ ଲଢିବ ଆମ୍ ଆଦମୀ ପାର୍ଟି

ବୁଧବାର ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବକୁ ଆପ ସମର୍ଥନ କରିଛି । ଏହାଛଡା ଗତରାତିରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ମହାରାଷ୍ଟ୍ରରେ ଇଭିଏମ ଟାମ୍ପରିଂ ଅଭିଯୋଗ ଉପରେ ଇଣ୍ଡିମେଣ୍ଟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ସ୍ଥିର କରିଛି । ଏଥିରେ ମଧ୍ୟ କଂଗ୍ରେସ ପ୍ରମୁଖ ଭୂମିକା ନେଇଛି । ଯାହାକି ଦିଲ୍ଲୀ ବିଧାନସଭା ନିର୍ବାନରେ କଂଗ୍ରେସ ସହ ଆପର ମେଣ୍ଟ ଚର୍ଚ୍ଚାକୁ ବଳ ଦେଇଥିଲା । ମାତ୍ର କଂଗ୍ରେସ ସହ ମେଣ୍ଟ ନକରିବା ନେଇ ଅରବିନ୍ଦ କେଜ୍ରିୱାଲଙ୍କ ସୋସିଆଲ ମିଡିଆ ପୋଷ୍ଠ ଏହି ଚର୍ଚ୍ଚାରେ ବିରାମ ଲଗାଇଛି ।ହରିଆଣା ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ସହ ମେଣ୍ଟ ନେଇ ପ୍ରଥମେ କଂଗ୍ରେସ ପ୍ରସ୍ତାବ ଦେଇଥିଲା । ମାତ୍ର ଆସନ ଭାଗବଣ୍ଟାକୁ ନେଇ କଂଗ୍ରେସର ବଡଭାଇପଣିଆକୁ ପ୍ରତ୍ୟାଖାନ କରି ଆପ ଏକାକୀ ଲଢ଼ିଥିଲା । ଯାହାର ପ୍ରତିଫଳନ ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହେବାକୁ ଯାଉଛି । ଏଠାରେ ଆପ ହେଉଛି ବଡଭାଇ । ଗତ ୨୦୧୩ରୁ ଆପ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ବରେ ଦିଲ୍ଲୀ ନିର୍ବାଚନ ଜିତି ଆସୁଛି। ଏପରିକି ୨୦୧୫ ନିର୍ବାଚନରେ ଆପ ଦିଲ୍ଲୀରୁ ୭୦ ବିଧାନସଭା ଆସନରୁ ୬୫ ଜିତି ରେକର୍ଡ କରିଥିଲା । ତେଣୁ ଦିଲ୍ଲୀ ନିର୍ବାଚନରେ କାହା ସହିତ ବୁଝାମଣା ନକରିବାକୁ ଚାହିଁବା ସ୍ବାଭାବିକ ।

ଗତ ଲୋକସଭା ନିର୍ବାଚନରେ ଆପ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା । ଦୁଇ ଦଳ ଦିଲ୍ଲୀର ୭ଟି ଲୋକସଭା ଆସନରୁ କୌଣସିରେ ଜିତିପାରିନଥିଲେ ମଧ୍ୟ ବିଜେପିକୁ ଭଲ ଟକ୍କର ଦେଇଥିଲେ । ଏଥରକ ଦିଲ୍ଲୀ ବିଧାନସଭା ନିର୍ବାଚନ ସ୍ଥିତି କିଛିଟା ଭିନ୍ନ । ଆପର ଦୁଇ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ସାଥୀ ମନିଷ ସିସୋଦିଆ ଦୁର୍ନୀତି ଅଭିଯୋଗରେ ବହୁଦିନ ଧରି ଜେଲରେ ଥିଲେ । ଏହାଛଡା ପ୍ରଦୁଷଣ ଓ ବହୁ ସ୍ଥାନୀୟ ସମସ୍ୟା ନେଇ ଦିଲ୍ଲୀବାସୀ ଲଗାତାର ବହୁଦିନ ଧରି ସମସ୍ୟା ଭୋଗୁଛନ୍ତି । ଯାହାକୁ ନେଇ ବିଜେପି ଆକ୍ରମଣ ମୁଦ୍ରାରେ ବଡ ଭୂମିକା ନେଇଛି । ଏପରି ସ୍ଥଳରେ ଆଗାମୀ ବିଧାନସଭା ନିର୍ବ ଜିତିବା ଆପ ବିଶେଷ କରି ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

Related Articles

Back to top button