ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି

ସୁପ୍ରିମକୋର୍ଟରୁ ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ବସ୍ତି । ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା କେଜ୍ରିୱାଲଙ୍କୁ ହାଇକୋର୍ଟଙ୍କ ଚୂଡାନ୍ତ ଶୁଣାଣିକୁ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି । ଜାମିନ ପାଇଁ ବ୍ଯାକୁଳ ଥିବା କେଜ୍ରିୱାଲଙ୍କୁ ଏପରି ନିର୍ଦ୍ଦେଶ ହତାଶ କରିଛି ।

ମାମଲାରେ ୨୬ ଜୁନରେ ପରବର୍ତ୍ତୀ ଶୁଣାଣି ହେବ । ମଦନୀତି ମାମଲାରେ ତଳ କୋର୍ଟଙ୍କ ଜାମିନକୁ ବିରୋଧ କରିଥିଲା ଇଡି । ଫଳରେ ଜାମିନ ପ୍ରଦାନ ପାଇଁ ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ରୋକ ଲଗାଇଥିଲେ। ରୋକ ଲଗାଇବା ସହିତ ରାୟ ସଂରକ୍ଷିତ ରଖିଥିଲେ । ଏହାପରେ ରୋକ ଉଠାଇବା ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ । ତୁରନ୍ତ ଜାମିନ ଆଶା ନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡିଛି ।

Related Articles

Back to top button