କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି ରାୱଜ ଏଭିନ୍ୟୁ କୋର୍ଟ

ଦିଲ୍ଲୀ ଅବକାରୀ ନୀତି ମାମଲା ସହିତ ଜଡିତ କଥିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଝଟକା ଲାଗିଛି । ରାୱଜ ଏଭିନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଦେଇଛନ୍ତି । ସୂଚନା ଥାଉକି ସଂପୃକ୍ତ ମାମଲାରେ ସିବିଆଇ ଆଜି କେଜ୍ରିୱାଲଙ୍କ ୩ ଦିନିଆ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର କରିଥିଲେ । ସେଠାରେ ସବିଆଇ କହିଥିଲା କି, ଆଉ ରିମାଣ୍ଡର ଆବଶ୍ୟକତା ନାହିଁ । ଏହାସହ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା । କୋର୍ଟ ସିବିଆଇର ଅନୁରୋଧ ଉପରେ ବିଚାର କରି କେଜ୍ରିୱାଲଙ୍କୁ ଆଉ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି ।ସିବିଆଇ ତରଫରୁ କୋର୍ଟରେ ଯେଉଁ ଦଲିଲ୍ ଦିଆଯାଇଥିଲା ସେଥିରେ ଉଲ୍ଲେଖ ରହିଛି କି, ଯେତେବେଳେ ଦେଶରେ କରୋନା ମହାମାରୀ ବ୍ୟାପୁଥିଲା, ସେତେବେଳେ ଦିଲ୍ଲୀ କ୍ୟାବିନେଟରେ ଅବକାରୀ ନୀତିର ପରିବର୍ତ୍ତନର କ’ଣ ଆବଶ୍ୟକତା ଥିଲା । ସବିଆଇ ଅଭିଯୋଗ କରିଛି କି, ଜେରା ବେଳେ କେଜ୍ରିୱାଲ ବିଜୟ ନାୟାରଙ୍କ ସହ ବୈଠକ, କୋଟି କୋଟି ଟଙ୍କାର ଚାନ୍ଦା, ଗୋଆ ନିର୍ବାଚନରେ ୪୪ କୋଟି ଟଙ୍କା ଖର୍ଚ୍ଚ ଭଳି ପ୍ରଶ୍ନର ଜବାବ ଦେଇନାହାଁନ୍ତି ।

Related Articles

Back to top button