ସୁଗାର ସ୍ତର କମୁଥିବାରୁ କେଜ୍ରିଓ୍ବାଲ୍ଙ୍କୁ ବଢୁଛି ବ୍ରେନ୍ ଷ୍ଟ୍ରୋକ ଆଶଙ୍କା
ବର୍ତ୍ତମାନନ୍ଦ ନୀତି ଦୁର୍ନିତ ମାମଲାରେ ତିହାର ଜେଲରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜେଲରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ନେଇ ଆମ୍ ଆଦମୀ ପାର୍ଟି କ୍ରମାଗତ ଭାବରେ ଦାବି କରୁଛି । ଆପ୍ ଅଭିଯୋଗ କରିଛି ଯେ ଗତ କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କର ଓଜନ ହ୍ରାସ ହୋଇଛି ।ତାଙ୍କ ଓଜନ ୮ କିଲୋଗ୍ରାମ ହ୍ରାସ ପାଇଛି ଏବଂ ସୁଗାର ଲେବେଲ ମଧ୍ୟ ବହୁତ ଅଧିକ ରହିଛି । ଆଉ ବର୍ତ୍ତମାନ ଦଳର ରାଜ୍ୟସଭା ସାଂସଦ ସଂଞ୍ଜୟ ସିଂ ପ୍ରତିକ୍ରିୟା ଦେଇଛନ୍ତି । ସଞ୍ଜୟ ସିଂ କହିଛନ୍ତି, କେଜ୍ରିୱାଲ୍ଙ୍କ ସୁଗାର ସ୍ତର ଅନେକ ଥର ହ୍ରାସ ପାଇଛି ବୋଲି ତିହାର ଜେଲ ସ୍ୱୀକାର କରିଛି । କମ ସୁଗାର ସ୍ତର ହେତୁ ସେ ଶୋଇବା ସମୟରେ କୋମାକୁ ଯାଇପାରନ୍ତି ।
ସୁଗାର ସ୍ତର କମ ହେଲେ ବ୍ରେନ୍ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ ଥାଏ । ତିହାର ଜେଲର ରିପୋର୍ଟ ଅନୁଯାୟୀ, କେଜ୍ରିୱାଲ୍ଙ୍କ ଓଜନ ମଧ୍ୟ ହ୍ରାସ ପାଇଛି । ଏହାପୂର୍ବରୁ କେଜ୍ରିୱାଲଙ୍କ ଓଜନକୁ ନେଇ ଏଏପି ନେତା ତଥା ଦିଲ୍ଲୀ ସରକାରୀ ମନ୍ତ୍ରୀଙ୍କ ଦାବି ଉପରେ ପ୍ରଶ୍ନ ଉଠିଥିଲା । ଏଏପି ସରକାରୀ ମନ୍ତ୍ରୀ, ଏମ୍ପି ଏବଂ ଅନ୍ୟମାନେ କ୍ରମାଗତ ଭାବରେ ଦାବି କରୁଛନ୍ତି, ଅରବିନ୍ଦ କେଜ୍ରିୱାଲ ୮.୫ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ।ଏହା ପରେ ଅରବିନ୍ଦ କେଜ୍ରିୱାଲ୍ଙ୍କ ଓଜନ ସମ୍ପର୍କରେ ଚାଲିଥିବା ଦାବି ଉପରେ ତିହାର ଜେଲର ଅଧୀକ୍ଷକ ଦିଲ୍ଲୀ ସରକାରଙ୍କ ଗୃହ ବିଭାଗକୁ ଚିଠି ଲେଖିଛନ୍ତି । ତିହାର ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ କିଛି ଖୁଲାସା କରିଛି ଏବଂ ଆପ୍ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ।ଜେଲ ପ୍ରଶାସନର ରିପୋର୍ଟ ଅନୁଯାୟୀ, କେଜ୍ରିୱାଲଙ୍କ ଓଜନ ସାଢେ ୮ କିଲୋ ହ୍ରାସ ହୋଇନାହିଁ । ଜୁନ୍ ୨ ରେ ସେ ପୁଣି ଜେଲକୁ ଫେରିବା ପରେ ତାଙ୍କ ଓଜନ ମାତ୍ର ୨ କିଲୋଗ୍ରାମ ହ୍ରାସ ପାଇଥିଲା । ରିପୋର୍ଟରେ ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଜାଣିଶୁଣି ନିଜର ଓଜନ ହ୍ରାସ କରୁଛନ୍ତି ।