କେରଳ ବୋମା ବିସ୍ଫୋରଣ : ଆତ୍ମସମର୍ପଣ କଲା ଅଭିଯୁକ୍ତ

କେରଳ ବୋମା ବିସ୍ଫୋରଣକୁ ନେଇ ଏକ ବଡ଼ ଖୁଲାସା। ସୂଚନା ମୁତାବକ, କେରଳର ଏଡିଜିପି ଏମ୍‌ଆର୍‌ ଅଜିତ କୁମାର କହିଛନ୍ତି ଯେ ତ୍ରିସୁର ଗ୍ରାମୀଣର କୋଡାକରା ଥାନାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରିଛି। ଏହି ବିସ୍ଫୋରଣ ସେ ହିଁ ଘଟାଇଥିବା ବ୍ୟକ୍ତି ଜଣକ ଦାବି କରିଛି।

ଏଡିଜିପି କହିଛନ୍ତି, ଆତ୍ମସମର୍ପଣ କରିଥିବା ବ୍ୟକ୍ତିର ନାମ ଡୋମିନିକ୍ ମାର୍ଟିନ। ସେ ଦାବି କରିଛି ଯେ ସେ ଏହି ସଭାର ଏକ ଗୋଷ୍ଠୀ ସହିତ ଜଡିତ ଅଛି। ଆମେ ଏହାକୁ ନିଶ୍ଚିତ କରୁଛୁ। ଏହି ମାମଲାର ସମସ୍ତ ଦିଗ ଉପରେ ଆମେ ଦୃଷ୍ଟି ରଖିଛୁ। ହଲ୍‌ ମଝିରେ ଏହି ବିସ୍ଫୋରଣ ଘଟିଥିବା ଏଡିଜିପି ସୂଚନା ଦେଇଛନ୍ତି।

କହି ରଖୁଛୁ, କେରଳର କୋଚିରେ ଥିବା ଜାମରା ଅନ୍ତର୍ଜାତୀୟ ସମ୍ମିଳନୀ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ରବିବାର ଏକ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟରେ ହଠାତ୍‌ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ପ୍ରାର୍ଥନା ପାଇଁ ଏଠାରେ ୨୦୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଏହି ବିସ୍ଫୋରଣ ପାଇଁ ଇନ୍‌ସେଣ୍ଡିୟାରି ଡିଭାଇସ୍‌ ବ୍ୟବହାର କରାଯାଇଥିଲା। ଏହି ଡିଭାଇସ୍‌ ଆଇଡି ପରି ହୋଇଥାଏ। ଏହାଦ୍ୱାରା ଏକ ଛୋଟିଆ ବିସ୍ଫୋରଣ ହୁଏ, ଯେଉଁଥିରେ ଘଟଣାସ୍ଥଳରେ ନିଆଁ ଲାଗିଯାଏ।

Related Articles

Back to top button