ଖାଟୁଶ୍ୟାମଜୀ ମନ୍ଦିରରେ ଦଳାଚକଟା, ୩ ମହିଳା ମୃତ

ଜୟପୁର: ରାଜସ୍ଥାନ ସିକର ଜିଲ୍ଲାରେ ଖାଟୁଶ୍ୟାମଜୀ ମନ୍ଦିରରେ ଅଭାବନୀୟ ଘଟଣା । ମାସିକ ମେଳାରେ ସାମିଲ ହେବାକୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଦଳାଚକଟାରେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ମଧ୍ୟରୁ ଜଣେ ହିସାରର ହୋଇଥିବାବେଳେ ଅନ୍ୟ ଦୁଇଜଣଙ୍କ ପରିଚୟ ମିଳିପାରି ନାହିଁ । ତେବେ ଦଳାଚକଟାରେ ୩ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଖାଟୁଶ୍ୟାମଜୀ ମନ୍ଦିରରେ ପୁତ୍ରଦା ଏକାଦଶୀ ପାଇଁ ମାସିକ ମେଳାର ଆୟୋଜନ କରାଯାଇଥିଲା । ଯେଉଁଥିରେ ବହୁସଂଖ୍ୟକୁ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ତେବେ ଭଗବାନଙ୍କୁ ଦର୍ଶନ ପାଇଁ ରାତିରୁ ଭିଡ ଜମିଥିଲା । ଏହି ସମୟରେ ଆଜି ଭୋର ୪ଟା ସମୟରେ ଆଳତୀ ପାଇଁ ମନ୍ଦିର ଦ୍ବାର ବନ୍ଦ କରିବା ସମୟରେ ଭକ୍ତଙ୍କ ମଧ୍ୟରେ ଦଳଚକଟା ଆରମ୍ଭ ହୋଇଥିଲା । ଫଳରେ ଭିଡରେ ଚାପି ହୋଇ ୩ଜଣ ମହିଳା ମୃତ୍ୟୁ ବରଣ କରିଥିଲେ ।

Related Articles

Back to top button