ବୋରୱେଲ୍‌ରୁ ଉଦ୍ଧାର ହୋଇଥିବା ରାହୁଲ୍‌ର ସ୍ୱାସ୍ଥ୍ୟାବସ୍ଥାର ଚିତ୍ର ସାମ୍ନାକୁ ଆସିଲା, ଜାଣନ୍ତୁ ଏବେ କେମିତି ଅଛି

ଏବେ ରାହୁଲଙ୍କୁ ନେଇ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାହୁଲ ଏବେ ହସୁଛି, ଖେଳୁଛି, ମୋବାଇଲ୍‌ରେ ଭିଡ଼ିଓ ଦେଖି ଖୁସି ହେଉଛି।

ସାମ୍ନାକୁ ଆସିଲା ରାହୁଲର ନୂଆ ଚିତ୍ର । ହସ୍ପିଟାଲ ବେଡରେ ରହି ମୋବାଇଲ ଖେଳୁଛି ରାହୁଲ । ବିଳାସପୁରସ୍ଥିତ ଆପଲୋ ହସ୍ପିଟାଲରେ ରାହୁଲ ମୋବାଇଲରେ ଗେମ୍ ଖେଳିବା ସହ କାର୍ଟୁନ ଦେଖି ମନୋରଂଜନ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ଏହା ସହ ଡାକ୍ତର ତାକୁ ନିଜ ହାତରେ ଚାମଚ ସାହାଯ୍ୟରେ ଖାଦ୍ୟ ଖୁଆଇ ଦେଉଛନ୍ତି । ହସ ଖୁସିରେ ହସ୍ପିଟାଲରେ ରାହୁଲ ଡାକ୍ତରଙ୍କ ସହ ଖେଳୁଛି । ଏପରିକି ଗୋଡ ହାତର ସାମାନ୍ୟ ବ୍ୟାୟାମ ମଧ୍ୟ କରାଯାଉଥିବା ନଜର ଆସୁଛି ।

ରାହୁଲଙ୍କୁ କିନ୍ତୁ ଏବେ ଖୋଜୁଛନ୍ତି ଆତ୍ମୀୟ। ମା’, ବାପା, ଜେଜେମା’ ସମସ୍ତେ ଖୋଜୁଛନ୍ତି। କେବଳ ପରିବାର ଲୋକେ ନୁହଁନ୍ତି , ଗାଁ ଲୋକେ ଓ ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ରାହୁଲର ଫେରିବା ବାଟକୁ ଚାହିଁ ବସିଛନ୍ତି। ଏପରିକି ସ୍କୁଲ୍‌ରେ ରାହୁଲକୁ ଗୁରୁଜୀ,ଗୁରୁମାମାନେ ମଧ୍ୟ ତାକୁ ଖୋଜୁଛନ୍ତି।

Related Articles

Back to top button