ଭାରତରେ ଆରମ୍ଭ ହେଲା ଟ୍ୱିଟରର ବ୍ଲୁ ସର୍ଭିସ, ମାସକୁ ୬୫୦ ରୁ ଆରମ୍ଭ

ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଭାରତରେ ଏବେ ପେଡ୍ ସବସ୍କ୍ରିପସନ ସେବା ଆରମ୍ଭ କରିଛି । ଏଣିକି ଟ୍ବିଟର ବ୍ଲୁ ଟିକ୍‌ ପାଇଁ ୟୁଜର୍ସଙ୍କୁ ଗଣିବାକୁ ପଡିବ ମୋଟା ଟଙ୍କା । ଟ୍ୱିଟରର ବ୍ଲୁ-ଟିକ୍ ପାଇଁ ୟୁଜର୍ସ ମାସକୁ ମାସ ନିଜ ପକେଟ୍‌ରୁ ଖର୍ଚ୍ଚ କରିବେ । ପୂର୍ବରୁ ବ୍ଲୁଟିକ୍ ପାଇଥିବା ୟୁଜର୍ସଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଏବେ ମାସକୁ ମାସ ଟଙ୍କା ଗଣିବାକୁ ପଡ଼ିବ। ଅଲଗା ଅଲଗା ୟୁଜର୍ସଙ୍କ ପାଇଁ ଅଲଗା ଅଲଗା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ। ତେବେ ଭାରତରେ ଟ୍ୱିଟର ବ୍ଲୁ ସର୍ଭିସର ମୂଲ୍ୟ ମାସକୁ ୬୫୦ ରୁ ଆରମ୍ଭ ହୋଇଛି । ଟ୍ୱିଟର ବ୍ଲୁ ପାଇଁ ୱେବ୍ ବ୍ୟବହାର କାରୀଙ୍କୁ ମାସକୁ ୬୫୦ ଟଙ୍କା ଦେବାକୁ ପଡିବ । ସେହିପରି ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଏହା ମାସକୁ ୯୦୦ ଟଙ୍କା ହେବ । ସେହିପରି ବାର୍ଷିକ ସବସ୍କ୍ରିପସନ୍ ପାଇଁ ୬୮୦୦ ଟଙ୍କା ଚାର୍ଜ ଦେବାକୁ ପଡିବ ବୋଲି ଘୋଷଣା କରାଯାଇଛି । ତେବେ ବ୍ଲୁ-ଟିକ ସବସ୍କ୍ରାଇବରଙ୍କୁ ଟୁଇଟ ଏଡିଟ ଅପସନ, ୧୦୮୦ ପିକ୍ସେଲର ଭିଡିଓ ଅପଲୋଡ ଓ ରିଡର ମୋଡ ଆକ୍ସେସ ମିଳିବ । ଏହାସହ ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଏହାଛଡ଼ା ୪ ହଜାର ୱାର୍ଡ ପର୍ଯ୍ୟନ୍ତ ଟୁଇଟ ପୋଷ୍ଟ କରିବାର ସୁବିଧା ମଧ୍ୟ ମିଳିବ ।

Related Articles

Back to top button