ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ଓହରିଲେ କୋହଲି

ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ୫ଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ୨ଟି ମ୍ୟାଚରୁ ଓହରିଲେ ବିରାଟ କୋହଲି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିସିସିଆଇ ସୂଚନା ଦେଇଛି । ଏନେଇ ବିସିସିଆଇ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥିରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ତାଙ୍କ ନାମ ପ୍ରତ୍ୟାହାର କରିନେଇଥିବା ସୂଚନା ଦିଆଯାଇଛି ।ବିସିସିଆଇ ତରଫରୁ ଜାରି କରାଯାଇଥିବା ପ୍ରେସ୍ ବାର୍ତ୍ତାରେ କୁହାଯାଇଛି କି, ବିରାଟ କୋହଲି ବ୍ୟକ୍ତିଗତ କାରଣ ଦର୍ଶାଇ ଇଂଲଣ୍ଡ ବିପକ୍ଷ ପ୍ରଥମ ୨ଟି ଟେଷ୍ଟରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି । ଏନେଇ ବିରାଟ କୋହଲି ଟିମର କ୍ୟପଟେନ ରୋହିତ ଶର୍ମା ଓ ମ୍ୟାନେଜମେଣ୍ଟ ସମେତ ଚୟନ କମିଟି ସହ କଥା ହୋଇଛନ୍ତି । ସେ କହିଛନ୍ତି କି, ଦେଶ ପାଇଁ ପ୍ରତିନିଧିତ୍ୱ କରିବା ତାଙ୍କ ପାଇଁ ସର୍ବୋଚ୍ଚ କାର୍ଯ୍ୟ, ହେଲେ କିଛି ବ୍ୟକ୍ତିଗତ କାରଣ ପାଇଁ ସେ ପ୍ରଥମ ୨ଟି ଟେଷ୍ଟ ମ୍ୟାଚ ଖେଳିପାରିବେ ନାହିଁ ।

Related Articles

Back to top button