ବିଶ୍ୱକପରେ ଉତ୍ତମ ପ୍ରଦର୍ଶନ ଯୋଗୁ ଚତୁର୍ଥ ଥର ପାଇଁ କୋହଲି ହାତେଇଲ ଆଇସିସି ଦିନିକିଆ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର

ଭାରତୀୟ ବ୍ୟାଟିଂ ତାରକା ବିରାଟ କୋହଲି ୨୦୨୩ ବିଶ୍ୱକପରେ ଚିତାକର୍ଷକ ପ୍ରଦର୍ଶନ ଯୋଗୁ ଚତୁର୍ଥ ଥର ପାଇଁ ଆଇସିସି ଦିନିକିଆରେ ପ୍ଲେୟାର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। କୋହଲି ଏହା ପୂର୍ବରୁ ୨୦୧୨, ୨୦୧୭ ଏବଂ ୨୦୧୮ରେ ଏହି ପୁରସ୍କାର ଜିତିଥିଲେ ଏବଂ ଆଇସିସି କ୍ରିକେଟର ଅଫ୍ ଦି ଇୟର ୨୦୨୩ ପୁରସ୍କାର ପାଇଁ ୪ ଜଣଙ୍କ ମଧ୍ୟରୁ ମନୋନୀତ ହୋଇଛନ୍ତି।କୋହଲି ପ୍ରଥମ ଖେଳାଳି ଭାବେ ଏହି ପୁରସ୍କାର ଚତୁର୍ଥ ଥର ଜିତିଛନ୍ତି। ଏବି ଡି ଭିଲିୟର୍ସଙ୍କ ପୂର୍ବରୁ ଏହି ପୁରସ୍କାର ୩ଥର ହାସଲ କରିଛନ୍ତି।

Related Articles

Back to top button