କ୍ରସୱିଣ୍ଡ ଯୋଗୁଁ କୋଲକାତା ଆକାଶରେ ୯୦ ମିନିଟ ଯାଏଁ ଘୁରି ବୁଲିଲା ବିମାନ

କୋଲକାତା: କୋଲକାତା ବିମାନ ବନ୍ଦରରେ ଶୁକ୍ରବାର କିଛି ଏପରି ଘଟଣା ଘଟିଥିଲା ଯେଉଁଥି ପାଇଁ ପ୍ରାୟ ଦେଢ ଘଣ୍ଟା ଯାଏଁ ଯାତ୍ରୀଙ୍କ ଜୀବନ ଅଟକି ରହିଥିଲା । କ୍ରସୱିଣ୍ଡ ଯୋଗୁଁ ଅପରାହ୍ଣ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଅବତରଣ ହେବାକୁ ଥିବା ବିମାନ ଗୁଡିକରେ ଆକାଶରେ ଘୁରି ବୁଲିଥିଲେ । ୧୧ ବିମାନର କ୍ୟାପ୍ଟେନ ବିମାନ ଗୁଡିକୁ ରନୱେରେ ଅବତରଣ କରାଇବା ପାଇଁ ପ୍ରୟାସ କରିଥିଲେ, କିନ୍ତୁ ଅତ୍ୟଧିକ ପବନକୁ ଦେଖି ଲ୍ୟାଣ୍ଡିଂ ନକରି ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।

ବମାନ ଉଡାଣ ଦିଗର ବିପରୀତରେ ପ୍ରବାହିତ ହେଉଥିବା ପବନକୁ କ୍ରସୱିଣ୍ଡ କୁହାଯାଏ । ଏହି ପବନ ଲ୍ୟାଣ୍ଡିଂ ସମୟରେ ବିମାନକୁ ରନୱେରୁ ବାହାର କରିବାର ଶକ୍ତି ରଖିଥାଏ, ଯାହା ଦ୍ୱାରା ବଡ଼ ଦୁର୍ଘଟଣାର ଆଶଙ୍କା ରହିଥାଏ । ଖବର ଅନୁସାରେ ଶୁକ୍ରବାର ପ୍ରାୟ ୧୧ ବିମାନ ୧୬ ଥର ରନୱେର ଅବତରଣ କରିବାକୁ ପ୍ରସାୟ କରିଥିଲେ । କିନ୍ତୁ ଖରାପ ପାଗ ଯୋଗୁଁ ପ୍ରାୟ ଦୁଇ ଡର୍ଜନ ବିମାନ ଆକାଶରେ ଘରୁ ବୁଲୁଥିଲା । ପରେ ୯ ବିମାନକୁ ଅନ୍ୟ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରରେ, ପାଣିପାଗ ବିଭାଗ ପକ୍ଷରୁ ଖାରପ ପାଗ ନେଇ ସୂଚନା ଜାରି କରାଯାଇଥିଲ କିନ୍ତୁ ଏହିପରି କ୍ରସୱିଣ୍ଡର ସାମନା କରିବାକୁ ପଡିବ ବୋଲି ଭାବି ନଥିବା ପାଇଲଟ କହିଛନ୍ତି । ବାମ ପଟୁ ବୋହୁଥିବା ଏହି ପବନ ବିମାନକୁ ରନୱେର ଏଙ୍ଗେଲଠାରୁ ୨୦ ଡିଗ୍ରୀ ଯାଏଁ ଦିଗହୀନ କରିବାର ଶକ୍ତି ରଖିଥାଏ। ଏପରି ସ୍ଥିତିରେ ଲ୍ୟାଣ୍ଡିଂ କରାଇବା ଅତ୍ୟନ୍ତ ବିପଦଜ୍ଜନକ ହୋଇଥାଏ।

Related Articles

Back to top button