କୋଲକାତାରେ ଆଇନ୍‌ଛାତ୍ରୀ ଗଣଦୁଷ୍କର୍ମ ମାମାଲାରେ ଶୁକ୍ରବାର ସିନ୍ ରି-କ୍ରିଏସନ କରିଛି ପୋଲିସ୍

କୋଲକାତାରେ ଆଇନ୍‌ଛାତ୍ରୀ ଗଣଦୁଷ୍କର୍ମ ମାମାଲାରେ ଶୁକ୍ରବାର ପୋଲିସ ସିନ୍ ରି-କ୍ରିଏସନ କରିଛି। ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମସ୍ପଟ୍ କୁ ନେଇ ସିନ୍ ରିକ୍ରିଏସନ କରାଇଛି କୋଲକତା ପୋଲିସ। ମାମଲାର ମୁଖ୍ୟ ଅଭିଯୁକ୍ତ ମନୋଜିତ ମିଶ୍ରଙ୍କ ଉପସ୍ଥିତିରେ ପୋଲିସ ଦଳ ପାଞ୍ଚ ଘଣ୍ଟା ପାଇଁ କଲେଜ ଭିତରେ ଉପସ୍ଥିତ ଥିଲା। ଏହି ସମୟରେ ସିନ୍ ରିକ୍ରିଏସନ କରାଯାଇଥିଲା। ଜୁନ୍ ୨୭ ତାରିଖରେ, କୋଲକାତାର ଏକ ଆଇନ କଲେଜ ଭିତରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ଏହା ପରେ, ପୋଲିସ ମନୋଜିତ ମିଶ୍ରଙ୍କ ସହିତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଥିଲା। ପରେ, ପୋଲିସ ସୁରକ୍ଷା କର୍ମୀଙ୍କୁ ଧରିଥିଲା। ପୀଡିତା ପୋଲିସରେ କରିଥିବା ଅଭିଯୋଗରେ ଅନୁସାରେ କ୍ୟାମ୍ପସ ଭିତରେ ଥିବା ଗାର୍ଡଙ୍କ ରୁମ ସମେତ ବିଭିନ୍ନ ସ୍ଥାନରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଗଣଦୁଷ୍କର୍ମ କରାଯାଇଥିଲା। ତଦନ୍ତ ବର୍ତ୍ତମାନ କୋଲକାତା ପୋଲିସର ଡିଟେକ୍ଟିଭ୍ ବିଭାଗ ଦ୍ୱାରା କରାଯାଉଛି। ଡାକ୍ତରୀ ପରୀକ୍ଷା, ଏବଂ ପାରିପାର୍ଶ୍ୱିକ ସ୍ଥିତିରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ପ୍ରମାଣ ମିଳିଛି। ଏହି ମାମଲାକୁ ନେଇ ପଶ୍ଚିମବଙ୍ଗରେ ରାଜନୀତି ଉଷ୍ମତା ଦେଖିବାକୁ ମିଳିଛି।

Related Articles

Back to top button