
ଚିକିତ୍ସା ପାଇଁ ଲାଲୁ ଯିବେ ସିଙ୍ଗାପୁର, ମିଳିଲା କୋର୍ଟଙ୍କ ଅନୁମତି
ପାଟନା: ଆଇଆରସିଟିସି ସ୍କାମ ମାମଲାରେ ଅଭିଯୁକ୍ତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଚିକିତ୍ସା ପାଇଁ ସିଙ୍ଗାପୁର ଯିବାକୁ ଅନୁମତି ଦିଆଯାଇଛି। ଲାଲୁ ଯାଦବଙ୍କୁ ଅକ୍ଟୋବର ୧୦ ରୁ ୨୫ ପର୍ଯ୍ୟନ୍ତ ସିଙ୍ଗାପୁରରେ ଚିକିତ୍ସା କରିବାକୁ ଅନୁମତି ଦିଆଯାଇଛି।
ତାଙ୍କୁ ରାଉସ ଆଭେନ୍ୟୁ କୋର୍ଟ ଏହି ଅନୁମତି ଦେଇଛନ୍ତି। ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗତ କିଛି ବର୍ଷ ଧରି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ ଅଛନ୍ତି। ତାଙ୍କଠାରେ ମଧୁମେହ, ରକ୍ତଚାପ, ହୃଦ ରୋଗ, ପ୍ରୋଷ୍ଟେଟ ବୃଦ୍ଧି, ୟୁରିକ ଏସିଡ ବୃଦ୍ଧି, କିଡନୀ ସମ୍ବନ୍ଧୀୟ ସମସ୍ୟା ରହିଛି।