ଦୀର୍ଘ ୧୨ ବର୍ଷ ନ୍ୟାୟିକ ଲଢ଼େଇ ଲଢ଼ି ଜିତିଲେ: ୩୨ ମହିଳା ବାୟୁ ସେନା ଅଧିକାରୀଙ୍କୁ ମଧ୍ୟ ସମାନ ଭତ୍ତା ମିଳିବ

ନୂଆଦିଲ୍ଲୀ: ପାଞ୍ଚ ବର୍ଷର ସ୍ୱଳ୍ପକାଳୀନ ସେବା । ମିଳିବ ସମ୍ପୂର୍ଣ୍ଣ ଭତ୍ତା । ଯୁଗାନ୍ତକାରୀ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଭାରତୀୟ ବାୟୁ ସେନାରେ ୫ ବର୍ଷ ଧରି କାର୍ଯ୍ୟ କରିଥିବା ୩୨ ଜଣ ମହିଳା ଅଧିକାରୀ ନ୍ୟାୟିକ ଲଢ଼େଇରେ ଜିତିଛନ୍ତି । ୨୦ ବର୍ଷ ଧରି ସେବା କରିଥିବା ଅଧିକାରୀଙ୍କୁ ଯେଭଳି ଭାବେ ଭତ୍ତା ମିଳୁଛି ୫ ବର୍ଷ କାର୍ଯ୍ୟ କରିଥିବା ୩୨ ମହିଳା ବାୟୁ ସେନା ଅଧିକାରୀଙ୍କୁ ମଧ୍ୟ ସମାନ ଭତ୍ତା ମିଳିବ ।

ଦୀର୍ଘ ୧୨ ବର୍ଷ ଧରି ୩୨ ମହିଳା ନ୍ୟାୟିକ ଲଢ଼େଇ ଲଢ଼ି ଆସୁଥିଲେ । ସେମାନଙ୍କୁ ସେମାନଙ୍କ ମିଳିବା ପୂର୍ବରୁ ଚାକିରିରୁ ଅବସର ନେବାକୁ ପଡ଼ିଥିଲା । ସେଥିମଧ୍ୟରେ ୩ ଜଣ ଅଧିକାରିଣୀଙ୍କ ସ୍ୱାମୀ ଦେଶ ସେବାରେ ଜୀବନ ଦେଇଥିଲେ । ଦେଶ ପାଇଁ ସ୍ୱାମୀ ସହିଦ ହେବା ପରେ ୩ ବିଧବା ମହିଳାଙ୍କୁ ବାୟୁସେନାରେ ଭର୍ତ୍ତି କରାଯାଇଥିଲା ।

ଦିଲ୍ଲୀ ହାଇକୋର୍ଟ ଏହି ରାୟ ଦେବା ସହ ୨୦୨୦ ମସିହାରେ ବବିତା ପୁନିୟାଙ୍କୁ ନେଇ ସର୍ବୋଚ୍ଚ ଅଦାଲତ ଦେଇଥିବା ନିର୍ଦ୍ଦେଶନାମାକୁ ଦୋହରାଇଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ମହିଳା ମାନେ ସାରା ଜୀବନ ଦେଶ ସେବା କରି ପାରିବେ । ଯାହାକି ପୂର୍ବରୁ ୧୦ରୁ ୧୪ ବର୍ଷ ମଧ୍ୟରେ ସୀମିତ ଥିଲା ।

Related Articles

Back to top button