ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ନିର୍ବାଚନମଣ୍ଡଳୀର ଉପର ରିମ୍ବୀରେ ଭୂସ୍ଖଳନ : ୪ ମୃତ

ସିକିମରେ ପୁଣି ଥରେ ପ୍ରକୃତିର କୋପ ଦେଖିବାକୁ ମିଳିଛି। ପଶ୍ଚିମ ସିକିମର ୟାଙ୍ଗଥାଙ୍ଗ ନିର୍ବାଚନମଣ୍ଡଳୀର ଉପର ରିମ୍ବୀରେ ଭୂସ୍ଖଳନ ହୋଇଛି। ମଧ୍ୟରାତ୍ରିରେ ଭୂସ୍ଖଳନରେ ଅତି କମରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣ ନିଖୋଜ ଥିବା ସୂଚନା ମିଳିଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭୂସ୍ଖଳନ ଯୋଗୁଁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି।

ସ୍ଥାନୀୟ ଗ୍ରାମବାସୀ ଏବଂ ଏସ୍‌ଏସ୍‌ବି ଜବାନଙ୍କ ସହିତ ପୋଲିସ ଦଳ ବନ୍ୟାଗ୍ରସ୍ତ ହ୍ୟୁମ୍ ନଦୀରେ ଗଛରୁ କାଠ ତିଆରି ଏକ ଅସ୍ଥାୟୀ ପୋଲ ନିର୍ମାଣ କରି ପ୍ରଭାବିତ ଅଞ୍ଚଳରୁ ଦୁଇ ଆହତ ମହିଳାଙ୍କୁ ବାହାର କରିବାରେ ସଫଳ ହୋଇଛି।ଏସପି ଗେଜିଂ ଶେରିଂ ଶେର୍ପା କହିଛନ୍ତି ଯେ ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ପଠାଯାଇଥିଲା। ଏହା ସତ୍ତ୍ୱେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଦ୍ୱିତୀୟ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତିନି ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

Related Articles

Back to top button