ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ଅଯୋଧ୍ୟାରେ ଉଦଘାଟିତ ହେଲା ଲତା ଚୌକ

ଅଯୋଧ୍ୟା: ଲତା ମଙ୍ଗେସ୍କରଙ୍କ ଜୟନ୍ତୀ ଅବସରରେ ଅଯୋଧ୍ୟାରେ ଲତା ଚୌକର ଲୋକାର୍ପଣ ହୋଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  ବୁଧବାର ଲତା ମଙ୍ଗେସ୍କର ଚୌକର ଲୋକାର୍ପଣ କରିଛନ୍ତି। ଏଥିଲାଗି ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀଙ୍କ ସମେତ ଅନେକ ନେତା ଓ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତ୍ତା ପ୍ରସାରଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଲତା ମଙ୍ଗେସ୍କରଙ୍କ ପୁତୁରା ଓ ବୋହୂ  ବିଶେଷ ଅମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ରାମନଗରୀର ନୟାଘାଟ ବନ୍ଧା ଛକକୁ ଲତା ମଙ୍ଗେସ୍କର ଚୌକ ବନା ଯାଇଛି। ଲତାଙ୍କ ଜୟନ୍ତୀ ଅବସରରେ ଉତ୍ତରପ୍ରଦେଶ ସରକାରଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଲତା ମଙ୍ଗେସ୍କର ଚୌକରେ ସ୍ଥାପିତ ବିଶାଳ ବିଣା ସଙ୍ଗୀତ ସାଧନାର ପ୍ରତୀକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button