ପାଲଲହଡ଼ାରେ ମଧ୍ୟାହ୍ନଭୋଜନ ଖାଇ ୧୨୩ ଛାତ୍ରଛାତ୍ରୀ ଅସୁସ୍ଥ

ଭୁବନେଶ୍ୱର: ଏକସଙ୍ଗେ ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି, ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକରୁ ଏପରି ଘଟଣା ସାମ୍ନାକୁ ଆସିଛି । ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ଖାଇ ସାରିବା ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ଖାଇସାରିବା ପରେ ପିଲାଙ୍କର ମୁଣ୍ଡ ବୁଲାଇବା ସହ ପେଟ ଯନ୍ତ୍ରଣା ହୋଇଥିଲା । ଏହା ପରେ ସ୍କୁଲର ଶିକ୍ଷକ ଅଭିଭାବକମାନଙ୍କୁ ଖବର ଦେଇଥିଲେ ଓ ସମସ୍ତ ଅସୁସ୍ଥ ପିଲାଙ୍କୁ ମେଡିକାଲ ନେବାର ବ୍ୟବସ୍ଥା କରାଯାଇଥିଲା ।

ଏହି ଖବର ଜାଣିବା ପରେ ସ୍ଥାନୀୟ ବିଡିଓ ଉକ୍ତ ସ୍କୁଲରେ ପହଞ୍ଚି ଏ ବାବଦରେ ଅନୁଧ୍ୟାନ କରିଥିଲେ । ଏଥିସହିତ ବିଡିଓ ମେଡିକାଲକୁ ଯାଇ ଅସୁସ୍ଥ ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ । ତେବେ ଖାଦ୍ୟ କିପରି ବିଷକ୍ରିୟା ହେଲା ସେନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଏ ବାବଦରେ ସ୍କୁଲ ତରଫରୁ କିଛି ସୂଚନା ମଧ୍ୟ ଦିଆଯାଇନାହିଁ ।

Related Articles

Back to top button