‘ଦଳିତ ହୋଇଥିବାରୁ ସରକାର ସମ୍ମାନ ଦେଉନାହାନ୍ତି’ ବିଧାୟକଙ୍କ ଚିଠି ଭାଇରାଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଅସନ୍ତୁଷ୍ଟ ମନ୍ତ୍ରୀ ଓ ବିଧାୟକଙ୍କ କଥା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ସବୁକିଛି ଠିକ୍ ଚାଲୁ ନ ଥିବା ଅନୁମାନ କରାଯାଉଛି । ପ୍ରଥମେ ଉତ୍ତର ପ୍ରଦେଶର ମନ୍ତ୍ରୀ ଦିନେଶ ଖଟିକଙ୍କ ଇସ୍ତଫା ଚର୍ଚ୍ଚାକୁ ଆସିଥିଲା । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପଠାଇଥିବା ନିଜ ଇସ୍ତଫାରେ ସେ ଅଭିଯୋଗ କରିଥିଲେ କି ମୁଁ ଦଳିତ ହୋଇଥିବାରୁ ମୋତେ ସରକାର ଉପଯୁକ୍ତ ସମ୍ମାନ ଦେଉନାହାନ୍ତି । ଅଧିକାରୀମାନେ ତାଙ୍କ କଥା ଶୁଣୁ ନାହାନ୍ତି । ଏବେ ଆଉ ଜଣେ ବିଧାୟକଙ୍କ ଚିଠି ସାମ୍ନାକୁ ଆସିଛି । ଏଥିରେ ଏକଜ୍ୟୁକିଟିଭ ଇଞ୍ଜିନିୟରଙ୍କ ଉପରେ ଗୁରୁତର ଅଭିଯୋଗ କରାଯାଇଛି ।
ସୂଚନାଯୋଗ୍ୟ, ଏହି ଚିଠିଟି ଉନ୍ନାଓର ସଫିପୁରର ବିଧାୟକ ବମ୍ବା ଲାଲ ଦିବାକର ଲେଖିଛନ୍ତି । ବିଧାୟକ ଅଭିଯୋଗ କରିଛନ୍ତି କି ଏକଜ୍ୟୁକିଟିଭ ଇଞ୍ଜିନିୟର ରଜନୀଶ ଚନ୍ଦ୍ର ଅନୁରାଗୀ ତାଙ୍କ ଫୋନ ଉଠାଉ ନାହାନ୍ତି । ଯଦିଓ କେବେ ଫୋନ ଉଠାଉଛନ୍ତି ତେବେ ଅନୁଚିତ ଓ ଅସଂସଦୀୟ ଭାଷା କହୁଛନ୍ତି । ବିଧାୟକ ବମ୍ବା ଲାଲ ଦିବାକର ଡିଏମ ଓ ସିଡିଓଙ୍କୁ ଚିଠି ଲେଖି ଇଞ୍ଜିନିୟର ରଜନିଶ ଚନ୍ଦ୍ର ଅନୁରାଗୀଙ୍କୁ ଅକ୍ଷମ କହି ତାଙ୍କୁ ଟ୍ରାନ୍ସଫର କରିବା ଓ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାୟକ ଦାବି କରିଛନ୍ତି ।

Related Articles

Back to top button