ଦିଲ୍ଲୀ ସରକାରଙ୍କ ଉପରେ ଆଉ ଏକ ତଦନ୍ତ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ମଦ ଲାଇସେନ୍ସ ବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ଆଉ ଏକ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା। କଳା ତାଲିକାଭୁକ୍ତ ହୋଇଥିବା କମ୍ପାନି ପକ୍ଷ ନେବା ଏବଂ ଏକଛତ୍ରବାଦକୁ ପ୍ରୋତ୍ସାହିତ କରିବା ଅଭିଯୋଗ ଉପରେ ମୁଖ୍ୟ ସଚିବଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାପୂର୍ବରୁ ଦିଲ୍ଲୀ ଅବକାରୀ ପଲିସିର ସିବିଆଇ ତଦନ୍ତ ପାଇଁ ଉପରାଜ୍ୟପାଳ ଭିକେ ସକ୍ସେନା ସୁପାରିସ କରିଥିଲେ ।

ସୂଚନା ଅନୁସାରେ, ଏକଛତ୍ରବାଦକୁ ପ୍ରୋତ୍ସାହନ ଦେବା ଏବଂ କଳା ତାଲିକାଭୁକ୍ତ କମ୍ପାନିର ପକ୍ଷ ନେବା ନେଇ ଅଭିଯୋଗ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ଦିଲ୍ଲୀ ଅବକାରୀ ନୀତି ୨୦୨୧-୨୨ର ଜାଣିଶୁଣି ଏବଂ ପୂର୍ବ ନିୟୋଜିତ ଉଲ୍ଲଂଘନ କରି ଏହି କାମ କରାଯାଇଥିଲା । ରିପୋର୍ଟ ଆଧାରରେ ଏଲଜି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏଥିରେ କୁହାଯାଇଥିଲା।

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ନିୟମ ଏବଂ ପ୍ରକ୍ରିୟାର କଥିତ ରୂପେ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ କଂଗ୍ରେସ ସୋମବାର ବିରୋଧ ପ୍ରଦର୍ଶନ କରିଥିଲା। ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲା । ଏହା ପୂର୍ବରୁ ଦିଲ୍ଲୀ ପ୍ରଦେଶ କଂଗ୍ରେସ ଦିଲ୍ଲୀ କମିଶନର ରାକେଶ ଆସ୍ଥାନାଙ୍କୁ  ଲିଖିତ ଅଭିଯୋଗ କରି ଅବକାରୀ ନୀତିର ତଦନ୍ତ ପାଇଁ ଦାବି କରିଥିଲେ ।

Related Articles

Back to top button