ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ଏଲଜି

ନୂଆଦିଲ୍ଲୀ: ଦିଲ୍ଲୀ ଏଲଜି ବିନୟ କୁମାର ସକ୍ସେନା ଆମ ଆଦମୀ ପାର୍ଟିଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ନାମରେ ଆପ ଦଳୀୟ ପ୍ରଚାର କରିଥିବା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ହୋଇଛି । ୨୦୧୫ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୨୦୧୬ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ୨୦୧୬ ସିସିଆରଜିଏ ଆଦେଶ ପରେ ଏବେ ଏଲଜିଙ୍କ ନିର୍ଦ୍ଦେଶ ଆସିଛି । ଆପ ବାରମ୍ବାର ସରକାରୀ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ।

ବେନିୟମ ଭାବେ ବିଜ୍ଞାପନ ଛାପିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଇଛି । ୧୫ ଦିନ ମଧ୍ୟରେ ଏହି ଅର୍ଥ ଜମା କରିବାକୁ ଅରବିନ୍ଦ କେଜ୍ରିୱାଲ ସରକାରଙ୍କୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ୨୦୧୬ ହାଇକୋର୍ଟଙ୍କ ପକ୍ଷରୁ ଏକ ୩ଜଣିଆ କମିଟି ଏ ନେଇ ଗଠନ କରାଯାଇଥିଲା । ଏହି କମିଟିଙ୍କ ତଦନ୍ତରେ ଆପ ଦୋଷୀ ସାବ୍ୟସ୍ତ ହୋଇଛି ।

Related Articles

Back to top button