ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍‌ଭି ସୁଚିନ୍ଦ୍ର କୁମାର ସେନା ଉପମୁଖ୍ୟ ନିଯୁକ୍ତ ହେଲେ

ନୂଆଦିଲ୍ଲୀ: ସେନା ଉପମୁଖ୍ୟ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଏମ୍‌ଭି ସୁଚିନ୍ଦ୍ର କୁମାର। ସେନା ଉପମୁଖ୍ୟ ଥିବା ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁଙ୍କୁ ଦକ୍ଷିଣ ପଶ୍ଚିମ ସେନା କମାଣ୍ଡ ଦାୟିତ୍ୱ ଦିଆଯିବା ପରେ ତାଙ୍କ ସ୍ଥାନରେ ସୁଚିନ୍ଦ୍ରଙ୍କୁ ନିଯୁକ୍ତି ମିଳିଛି।

ସେନା ଉପମୁଖ୍ୟ ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ସୁଚିନ୍ଦ୍ର କୁମାର ଡେପୁଟି ଚିଫ୍ ଭାବେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ଜାମ୍ମୁ-କାଶ୍ମୀରରେ ହୋଇଥିବା ହ୍ୱାଇଟ୍ ନାଇଟ୍‌ କର୍ପସ୍ ଭଳି କିଛି ଅପରେସନ ସେ ଭାଗ ନେଇଥିଲେ।

ଲେଫ୍ଟନାଣ୍ଟ ଜେନେରାଲ୍ ବିଏସ୍ ରାଜୁଙ୍କୁ ଦକ୍ଷିଣ ପଶ୍ଚିମ ସେନା କମାଣ୍ଡ ଦାୟିତ୍ୱ ଦିଆଯାଇଛି। ଲେଫ୍ଟନାଣ୍ଟ ଜେନେରାଲ୍ ଏସ୍‌ ଭିନ୍ଦରଙ୍କ ସ୍ଥାନରେ ରାଜୁଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଫେବ୍ରୁଆରୀ ୨୮ ତାରିଖରେ ଜେନେରାଲ୍ ଏସ୍‌ ଭିନ୍ଦର ଅବସର ନେବା ପରେ ତାଙ୍କ ସ୍ଥାନ ଖାଲି ପଡ଼ିଥିଲା।

Related Articles

Back to top button