ମିଶନ ଶକ୍ତିରେ କାର୍ଯ୍ୟରତଙ୍କୁ ମିଳିବ ସାଇକେଲ

ଭୁବନେଶ୍ୱର: ରାଜ୍ୟରେ ମହିଳା ମାନଙ୍କୁ ଶସକ୍ତ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଧାରାରେ ମିଶନ ଶକ୍ତି ମା’ ମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ଗତିଶୀଳ କରାଇବା ଲକ୍ଷ୍ୟରେ ମିଶନ ଶକ୍ତି ମହିଳାମାନଙ୍କୁ ବାହନ ଯୋଗାଇ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳରେ କାର୍ଯ୍ୟ କରୁଥିବା ମିଶନ ଶକ୍ତି ମହିଳା ଏବଂ ପୌରାଞ୍ଚଳରେ ବିଭିନ୍ନ ସେବାରେ ନିୟୋଜିତ ଥିବା କିନ୍ନରମାନଙ୍କୁ ସାଇକେଲ ପ୍ରଦାନ କରାଯିବ ।

ରାଜ୍ୟରେ ବର୍ତ୍ତମାନ ମିଶନ ଶକ୍ତି ଯୋଜନାରେ ଏସ୍‌ଏଚ୍‌ଜି(ମହିଳା ଗୋଷ୍ଠି) ଗୁଡ଼ିକ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି । ଏହି କାର୍ଯ୍ୟରେ ସେମାନେ ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ଏଥିପାଇଁ ସେମାନଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡୁଛି । ତେଣୁକରି ସାଇକେଲ ମାଧ୍ୟମରେ ସେମାନେ କମ୍ ସମୟରେ ବିଭିନ୍ନ ଅପହଞ୍ଚ ସ୍ଥାନରେ ମଧ୍ୟ ପହଞ୍ଚି ପାରିବେ । ଏଥିପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ପୌରାଞ୍ଚଳରେ ମୁକ୍ତା ଯୋଜନା ଅଧିନରେ ଏକ ପରୀକ୍ଷା, ସଫେଇ କାର୍ଯ୍ୟରେ ବିଭିନ୍ନ ସ୍ଥାନକୁ ଯିବା ସହିତ ପରିମଳ ପାଇଁ ମଧ୍ୟ ମିଶନ ଶକ୍ତିରେ ମହିଳାମାନେ କାର୍ଯ୍ୟ କରୁଛନ୍ତି ।

ତେଣୁ ମହିଳା ମାନଙ୍କୁ ସାଇକେଲ ପ୍ରଦାନ କରି ସେମାନଙ୍କ ଯାତାୟତକୁ ସୁଗମ କରିବା ପାଇଁ ନଗର ଉନ୍ନୟନ ବିଭାଗ ଏହି ନିଷ୍ପତି ନେଇଛି । ଏହି ସାଇକେଲ ଗୁଡ଼ିକ ସମସ୍ତ ପୌରସଂସ୍ଥାକୁ କିଣିବାକୁ ନିର୍ଦେଶ ଦିଆଯାଇଛି । ଅନ୍ୟପଟେ କେଉଁ ପୌରାଞ୍ଚଳରେ କେତେ ଜଣ ହିତାଧିକାରୀଙ୍କ ପାଇଁ କେତେ ସାଇକେଲ ଆବଶ୍ୟକ ରହିଛି, ତାହା ଚିହ୍ନଟ କରିବା ପାଇଁ ମୁକ୍ତା ଯୋଜନାକୁ ଦାୟିତ୍ୱ ଦିଆଯାଇଛି । ଏଥିପାଇଁ ପୌରାଞ୍ଚଳ ଗୁଡ଼ିକରେ ଗୋଟିଏ କମିଟି ଗଠନ କରାଯିବ। ପରେ ଏହ କମିଟି ଯୋଗ୍ୟ ପ୍ରାର୍ଥିଙ୍କ ଚୟନ କରି ଏହାର ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଇବ । ରାଜ୍ୟ ସରକାର ଏହାକୁ ଅନୁମୋଦମନ କରିବା ପରେ ପୌରସଂସ୍ଥା ସ୍ତରରେ ସାଇକେଲଗୁଡ଼ିକ ଉପଯୁକ୍ତ ହିତାଧିକାରୀଙ୍କୁ ପ୍ରଦାନ କରିବା ।

Related Articles

Back to top button