ଏବେ ଉପଭୋକ୍ତାଙ୍କୁ କ୍ୟୁଆର କୋଡରେ ମିଳିବ ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ଏବେ ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କୁ କ୍ୟୁଆର କୋଡରେ ଏଲପିଜି ସିଲିଣ୍ଡର ମିଳିବ। ଏହା ଦ୍ୱାରା ଗ୍ୟାସ୍ ଚୋରି ରୋକିବା ସହଜ ହେବ ବୋଲି କୁହାଯାଇଛି। ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଗ୍ୟାସ୍ ଚୋରି କରୁଥିବା ଲୋକଙ୍କ ଡର ବଢିବ ଓ ଏପରି କାମ ସେମାନେ ଛାଡି ଦେବେ। ଯାହାର ଫାଇଦା ସାଧାରଣ ଗ୍ରାହକଙ୍କୁ ମିଳିବ। ଗ୍ରାହକ ପୁରା ପଇସା ଦେଇ ଫୁଲ ସିଲିଣ୍ଡରଗ୍ୟାସ୍‌ ପାଇବେ।

ଯଦି ଆପଣଙ୍କ ଗ୍ୟାସ୍ ସିଲିଣ୍ଡରରୁ ଡେଲିଭରୀ ମ୍ୟାନ୍‌ ଚୁପ ଚାପ୍ ଗ୍ୟାସ୍‌ କାଢି ଦେଉଛି ତେବେ ଆଗକୁ ଏହା ଆଉ ସମ୍ଭବ ହେବନି। କାରଣ ଆପଣ ଜାଣିଲା ବେଳକୁ କମ୍‌ ଗ୍ୟାସ୍‌ ଥିବା ସିଲିଣ୍ଡର ଦେଇ ଡେଲିଭରୀ ମ୍ୟାନ ପଳାଉଥିଲା। ଏବେ କ୍ୟୁଆର କୋଡ ଯୋଗୁ ଗ୍ୟାସ୍‌ ଚୋରି ରୋକାଯାଇପାରିବ। କ୍ୟୁଆର କୋଡ ଯୋଗୁ ସିଲିଣ୍ଡର କେତେ ଥର ରିଫିଲ ହୋଇଛି ତାହା ସହଜରେ ଜଣାପଡିଯିବ। ଏହା ଛଡା କେଉଁ ଡିଲର ସିଲିଣ୍ଡର କାହାକୁ ଡେଲିଭରୀ ଦେଇଛନ୍ତି ତାହା ମଧ୍ୟ ଜଣାପଡିଯିବ।

ସିଲିଣ୍ଡରରେ ଗ୍ୟାସ କମ ଆସୁଥିବା ନେଇ ବାରମ୍ବାର ଅଭିଯୋଗ ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସବୁ ଗ୍ୟାସ୍‌ ସିଲିଣ୍ଡରରେ କ୍ୟୁଆର କୋଡ ଲାଗିଥିବା ଦେଖିବାକୁ ମିଳିବ। କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ଏହା ଦ୍ୱାରା ଗ୍ୟାସ୍ ସିଲଣ୍ଡରର ଟ୍ରାକିଙ୍ଗ ସହଜ ହେବ। ଗ୍ୟାସ୍ ସିଲିଣ୍ଡରରେ କ୍ୟୁଆର କୋଡ ସେହିପରି କାମ କରିବ ଯେପରି ଜଣେ ବ୍ୟକ୍ତିର ଆଧାର କାର୍ଡ ବୋଲି ମନ୍ତ୍ରୀ କହିଛନ୍ତି।

ୱାର୍ଲଡ ଏଲପିଜି ୱିକ୍‌-୨୦୨୨ ଅବସରରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଆଗାମୀ ୩ ମାସରେ ସବୁ ଗ୍ୟାସ୍ ସିଲଣ୍ଡରରେ କ୍ୟୁଆର କୋଡ ଲାଗିଯିବ। ଅର୍ଥାତ ନୂଆବର୍ଷ ୨୦୨୩ ଫେବୃଆରୀରୁ ଆପଣଙ୍କ ଘରେ ଡେଲିଭରି ହେଉଥିବା ଗ୍ୟାସ୍ ସିଲିଣ୍ଡରରେ କ୍ୟୁଆର କୋଡ ରହିବ।

Related Articles

Back to top button