ନଭେମ୍ବର ୮ରେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ

ନୂଆଦିଲ୍ଲୀ:ଚଳିତ ବର୍ଷର ଶେଷ ଏବଂ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଆସନ୍ତା ମାସରେ ଅର୍ଥାତ୍ ନଭେମ୍ବରରେ ହେବାକୁ ଯାଉଛି। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ନଭେମ୍ବର ୮ ଅର୍ଥାତ ମଙ୍ଗଳବାର ଦିନ ପଡ଼ିବ। ବିଶେଷ କଥା ହେଉଛି ସେହି ଦିନ ମଧ୍ୟ ଦେବ ଦୀପାବଳି। ଯାହାକୁ କି ଆମେ ଡଙ୍ଗାଭସା ରୂପେ ପାଳନ କରୁ।  ନଭେମ୍ବର ୮ରେ ଥିବା ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୩୨ରେ ଆରମ୍ଭ ହୋଇ  ୬ଟା ୧୮ରେ ସରିବ।

ଏହି  ଚନ୍ଦ୍ରଗ୍ରହଣ କୋଲକାତା, ସିଲିଗୁଡ଼ି, ପାଟନା, ରାଞ୍ଚି, ଗୌହାଟି ଆଦି  ସ୍ଥାନରେ ଦେଖିବାକୁ ମିଳିବ। ପୃଥିବୀର ଦେବ ଦୀପାବଳିର ପର ଦିନ ଏହି ଗ୍ରହଣ  ଉତ୍ତର ଏବଂ ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ଆମେରିକା ଏବଂ ଦକ୍ଷିଣ ଆମେରିକାର ଅଧିକାଂଶ ଅ଼ଞ୍ଚଳରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ ।

Related Articles

Back to top button