ଭାରତରେ ତିଆରି ହେଉଥିବା ମୋବାଇଲ୍ ଫୋନ୍‌ର ଦାମ ବଢ଼ିପାରେ

ନୂଆଦିଲ୍ଲୀ: ଆଗକୁ ଭାରତରେ ତିଆରି ହେଉଥିବା ମୋବାଇଲ୍ ଫୋନ୍‌ ମହଙ୍ଗା ହେବା। କାରଣ ସରକାର ମୋବାଇଲ୍‌ ଫୋନ୍‌ର ଉପକରଣ ଉପରେ ଅଧକ କର ଲଗାଇବେ। ଯାହା ଗ୍ରାହକଙ୍କ ପକେଟ୍ ଖାଲି କରିବ। ମୋବାଇଲ୍‌ ଫୋନ୍‌ରେ ବ୍ୟବହାର ହେଉଥିବା ଉପକରଣ ଉପରେ ଏହି ଅତିରିକ୍ତ କର ନିର୍ଭର କରିବ। ସେତେବେଳେ ଉପକରଣ ନିର୍ମାତା କମ୍ପାନୀ ଏହାକୁ ଗ୍ରାହକଙ୍କୁ ପାଖକୁ ଠେଲି ଦେଇ ନିଜେ ଲାଭ କମାଇବେ। ତାହା କେମିତି ଜାଣନ୍ତୁ।

ପିଟିଆଇରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବେକ୍‌ ଫ୍ରେମ ସପୋର୍ଟ ସହ ସ୍ମାର୍ଟଫୋନ୍ ଆସେମ୍ବଲ ଡିସ୍‌ପ୍ଲେ ଆମଦାନୀ କଲେ ଏହା ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଲଗାଯିବ। କିନ୍ତୁ ଯଦି ଆଣ୍ଟିନା ପିନ, ପାୱାର କି, ଏବଂ ଅନ୍ୟ ଉପକରଣ ସହ ଆସେମ୍ବିଲ ହୋଇ ଡିସ୍‌ପ୍ଲେ ଆସିବ ତେବେ ଏଥିରେ ଆଉ ଅତିରିକ୍ତ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ଲଗାଯିବ। ଫଳରେ ଆପଣଙ୍କୁ ୧୫ ପ୍ରତିଶତ କର ଦେବାକୁ ପଡ଼ିବ। ଏନେଇ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମ ଶୁଳ୍କ ବୋର୍ଡ(CBIC) ସୂଚନା ଦେଇଛି।

ଏନେଇ ସିବିଆଇସି କହିଛି “ ଯଦି ଅନ୍ୟ କୌଣସି ସାମଗ୍ରୀ ଯଥା ସୀମ ଟ୍ରେ, ଆଣ୍ଟିନା ପିନ, ସ୍ପିକର ନେଟ୍, ପାୱାର କି, ସ୍ଲାଇଡର ସ୍ୱିଚ୍, ବ୍ୟାଟେରୀ କମ୍ପୋନେଣ୍ଟ, ଭଲ୍ୟୁମ ପାଇଁ ଫ୍ଲେକ୍ସିବଲ ପ୍ରିଣ୍ଟ ସର୍କିଟ(FPCs), ପାୱାର, ସେନ୍ସର, ସ୍ପିକର, ଫିଙ୍ଗରପ୍ରିଣ୍ଟ ଇତ୍ୟାଦି ଆସେମ୍ବଲ ଡିସ୍‌ପ୍ଲେ ସହ ଆସିବ ତେବେ ସପୋର୍ଟ ଫ୍ରେମ(ମେଟାଲ/ପ୍ଲାଷ୍ଟିକ୍) ଥାଉ କି ନଥାଉ ଏସବୁ ପାଇଁ ୧୫ ପ୍ରତିଶତ ବିସିଡି(ବେସିକ କମ୍ପୋନେଣ୍ଟ ଡ୍ୟୁଟି) ଦେବାକୁ ପଡ଼ିବ।”

ଏହା ପୂର୍ବରୁ ଚୀନ କମ୍ପାନୀ ଓପ୍ପୋ ଓ ଭିଭୋ କର ଚୋରି କରିବା ନେଇ ଅଭିଯୋଗ ହୋଇଥିଲା। ଏଥିପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ନୋଟିସ୍ ବି କରାଯାଇଥିଲା। ଉଭୟ କମ୍ପାନୀ ଏହାକୁ ସ୍ୱୀକାର କରିବ ସହ କଷ୍ଟମ ଡ୍ୟୁଟି ନେଇ ସ୍ପଷ୍ଟତା ନଥିବାରୁ ଏପରି ହୋଇଛି ବୋଲି ସ୍ପଷ୍ଟୀକରଣ ଦେଇଥିଲେ।

CBIC ଆହୁରି ମଧ୍ୟ କହିଛି ଯେ ଯଦି ଆସେମ୍ବଲି ଡିସ୍‌ପ୍ଲେରେ କରଭୁକ୍ତ ନିର୍ଦ୍ଧାରିତ ସାମଗ୍ରୀରୁ ଅଧିକ ସାମଗ୍ରୀ ଲାଗିଥାଏ, ତେବେ ଏହା କର ନିୟମର ଉଲ୍ଲଂଘନ ବୋଲି ଧରାଯିବ। ଏହାର ଜବାବରେ କମ୍ପାନୀଗୁଡ଼ିକଙ୍କର ମତ ହେଲା, ମୋବାଇଲ୍‌ ଫୋନ୍‌ର ଡିସ୍‌ପ୍ଲେ ସହିତ ଲାଗିଥିବା ସମସ୍ତ ଉପକରଣକୁ କରଭୁକ୍ତ ଉପକରଣ ବା ଆସେମ୍ବିଲ ଡିସ୍‌ପ୍ଲେ ବୋଲି ବିଚାର କରାଯିବା ଉଚିତ। ତେଣୁ ସେଥିରେ କେବଳ ୧୦ ପ୍ରତିଶତ କର ଲାଗିବା ଦରକାର।

ତେବେ ସିବିଆଇସି ଓ ମୋବାଇଲ୍‌ଫୋନ୍ କମ୍ପାନୀଗୁଡ଼ିକ ମଧ୍ୟରେ ଏନେଇ ଯେମିତି କୌଣସି ଦ୍ୱନ୍ଦ୍ୱ ନ ରହିବ ସେଥିପାଇଁ ଇଲେକ୍ଟ୍ରିକ୍ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଆସେମ୍ବଲ ଡିସ୍‌ପ୍ଲେ ଉପକରଣର ଏକ ତାଲିକା ପ୍ରଦାନ କରାଯାଇଛି। ଫଳରେ ଓପ୍ପୋ ଓ ଭିଭୋ ଭଳି ଅନ୍ୟ କୌଣସି କମ୍ପାନୀ ଏ ବିଷୟରେ ଅଜ୍ଞ ଥିଲୁ ବୋଲି କହି କର ଠକି ପାରିବେ ନାହିଁ।

ଆସେମ୍ବଲ ଡିସ୍‌ପ୍ଲେ ହେଉଛି ମୋବାଇଲ୍‌ ଫୋନ୍‌ର ବ୍ୟବହାର ହେଉଥିବା କେତେକ ଉପକରଣ ସମିଶ୍ରିତ ଡିସ୍‌ପ୍ଲେ। ଯେଉଁଥିରେ ଟଚ୍ ପ୍ୟାନେଲ୍, କଭର ଗ୍ଲାସ୍, ବ୍ରାଇଟ୍‌ନେସ୍ ଏନ୍‌ହେନ୍ସମେଣ୍ଟ ଫିଲ୍ମ, ଇଣ୍ଡିକେଟର ଗାଇଡ୍ ଲାଇଟ, ରିଫ୍ଲେକ୍ଟର, ଏଲ୍ଇଡି ବ୍ଲାକ୍‌ ଲାଇଟ୍, ପୋଲୋରାଇଜର ଏବଂ ଫ୍ଲିବ୍ଲି ପ୍ରିଣ୍ଟେଡ୍ ସର୍କିଟ(FPC) ଉପରେ ଲାଗିଥିବା ଏଲ୍‌ସିଡି ଡ୍ରାଇଭର ଭଳି କେତେକ ଉପାଦାନ ଲାଗିଥାଏ।

Related Articles

Back to top button