ଦଳିତଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ଅଭିଯୁକ୍ତ

ଦଳିତ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣାରେ ଅଭିଯୁକ୍ତ ପ୍ରବେଶ ଶୁକ୍ଲାକୁ ଗିରଫ କରାଯାଇଛି । ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏନଏସଏ ବା ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଅଭିଯୁକ୍ତ ଘରକୁ ଭାଙ୍ଗିଛି ସ୍ଥାନୀୟ ପ୍ରଶାସନ । ଘର ଉପରେ ବୁଲଡୋଜର ଚଢାଇ ଭଙ୍ଗାଯାଇଛି । ଘଟଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ବିଜେପ ସହ ଅଭିଯୁକ୍ତର ସମ୍ପର୍କ ରହିଥିବା ଦଳ କହିଛି । ସେପଟେ ବିଜେପି ଜବାବରେ କହିଛି ନିର୍ବାଚନ ଥିବାରୁ ବିରୋଧୀ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରୁଛି ।

Related Articles

Back to top button