୩୦ଫୁଟ ତଳକୁ ଖସିଲା ବିଧାୟକଙ୍କ କାର୍‌; ଗୁରୁତର ବିଜେପି ବିଧାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଗତକାଲି ବିଳମ୍ବିତ ରାତିରେ ପୁଣେ-ପନ୍ଦରପୁର ରାସ୍ତାର ମାଲଥାନ ନିକଟରେ ବିଜେପି ବିଧାୟକଙ୍କ ଗାଡ଼ି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ ବିଧାୟକ ଜୟକୁମାର ଗୋରେଙ୍କ କାର ୩୦ଫୁଟ ତଳକୁ ଖସିପଡ଼ିଥିବା ବେଳେ ବିଧାୟକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଗାଡ଼ିରେ ବିଧାୟକଙ୍କ ସହ ତାଙ୍କ ଡ୍ରାଇଭର ଓ ଅନ୍ୟ ଦୁଇଜଣ ଥିବା ଜଣାପଡ଼ିଛି । ସେମାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି । ସମସ୍ତଙ୍କୁ ପୁଣେର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related Articles

Back to top button