ଆରମ୍ଭ ହେଲା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ

ଓଡ଼ିଶାର ପ୍ରତିଟି ଜନସାଧାରଣଙ୍କ ପାଇଁ ନୂଆ ଏକ କାଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠାରୁ ଆରମ୍ଭ ହୋଇଛି ‘ଆମ ଓନିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ । ଭଦ୍ରକ ଏବଂ କେଉଁଝର ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ମୂଳଦୁଆ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେଡି ସୁପ୍ରିମୋ । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ଅର୍ଥାତ୍ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ପାଇଁ ସାରା ରାଜ୍ୟରେ ମୋଟ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ।

ଏହି ନୂଆ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଆ ସଂସ୍କୃତିର ସୁରକ୍ଷା ସହ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯିବ । ବିଭିନ୍ନ ଗାଁରେ ଦକ୍ଷତା ବିକାଶ କେନ୍ଦ୍ର ଓ ବିଜ୍ଞାନ ପାର୍କ ସ୍ଥାପନ କରାଯିବ । ଏହାସହିତ ଇଣ୍ଟରନେଟ, ୱାର୍କିଂ ହବ୍ ଏବଂ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇ ଦିଆଯିବ । ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି । ବିଶେଷ କରି ପୂଜାସ୍ଥଳର ବିକାଶ ଓ ଐତିହ୍ୟସ୍ଥଳୀର ସଂରକ୍ଷଣ କରିବା ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Related Articles

Back to top button